fbpx
BJD
BJD SKY
BJD SKY

ଟିଭିରେ ଦେଖିବାକୁ ମିଳିବନି ଲଙ୍ଗଳା ମୁକୁଳା ରୋମାନ୍ସ; ନୋଟିସ ଜାରି କଲା PEMRA

BJD

ନୂଆଦିଲ୍ଳୀ: ଟିଭି ସ୍କ୍ରିନରେ ଦେଖିବାକୁ ମିଳିବନି ରୋମାଣ୍ଟିକ ସିନ । ଟିଭିରେ ଏଭଳି ଅନ୍ତରଙ୍ଗ ସିନ୍ ନ ଦେଖେଇବା ପାଇଁ ନୋଟିସ ମଧ୍ୟ ଜାରି କରାଯାଇଛି । ତେବେ ଭାରତରେ ନୁହେଁ ପଡୋଶୀ ରାଷ୍ଟ୍ର ପାକିସ୍ତାନରେ କରାଯାଇଛି ଏମିତି ଅଜବ ନିୟମ । ପାକିସ୍ତାନର ସମସ୍ତ ଟିଭି ଚ୍ୟାନେଲକୁ ଏନେଇ ଶନିବାର ଏକ ନୋଟିସ ପଠାଯାଇଛି । ଏପରିକି ପରସ୍ପରକୁ ଆଲିଙ୍ଗନ କରୁଥିବା ସିନକୁ ମଧ୍ୟ ପ୍ରସାରଣ ନ କରିବା ପାଇଁ ଏହି ନୋଟିସରେ ଉଲ୍ଲେଖ କରାଯାଇଛି । ପାକିସ୍ତାନ ଇଲେକ୍ଟ୍ରୋନିକ ମେଡିଆ ରେଗୁଲେଟୋରୀ ଅଥୋରିଟି ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି ।

ପୂର୍ବରୁ ମଧ୍ୟ ପାକିସ୍ତାନରେ ସମାନ ଧରଣର ଅନେକ ନିୟମ ରହି ଆସିଛି । ଇସଲାମରେ ମହିଳାଙ୍କୁ ସମ୍ମାନ ମିଳୁନଥିବା ବେଳେ ମନୋରଞ୍ଜନକୁ ସର୍ବଦା ସାବତ ପୁଅ ଭାବରେ ବିବେଚନା କରାଯାଏ । ପୂର୍ବରୁ କିସିଂ ସିନ ଉପରେ ରୋକ ଲଗାଯାଇଥିବା ବେଳେ ବର୍ତ୍ତମାନ ଅବୈଧ ସମ୍ପର୍କ, ବୋଲ୍ଡ କପଡା ଉପରେ କଟକଣା ଲାଗୁ କରାଯାଇଛି । ଏପରିକି ବିବାହିତ ଦମ୍ପତ୍ତିଙ୍କୁ ଦେଖାଉଥିବା ସିନ ଉପରେ ମଧ୍ୟ ସମାନ କଟକଣା ଲାଗୁ କରାଯାଇଛି ।

Get real time updates directly on you device, subscribe now.