fbpx

ପୋକ୍ସୋରେ ୯୯ ପ୍ରତିଶତ ଅପରାଧରେ ଛୋଟ ଝିଅମାନେ ପୀଡ଼ିତ, ବଢ଼ିଛି ଶିଶୁଙ୍କ ପ୍ରତି ଯୌନ ଶୋଷଣ; ଏନସିଆରବି ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ମହିଳାଙ୍କ ପ୍ରତି ଅପରାଧ ବଢ଼ିବାରେ ଲାଗିଛି । ୨୦୨୧ ମସିହାରେ ଦେଶରେ ଛୋଟ ଛୋଟ ଝିଅଠାରୁ ଆରମ୍ଭ କରି ୫୦ ବର୍ଷରୁ ଅଧିକ ବର୍ଗର ମହିଳାମାନଙ୍କ ପର୍ଯ୍ୟନ୍ତ କେହି ବି ସୁରକ୍ଷିତ ନୁହନ୍ତି । ଅପରାଧ କମାଇବାକୁ ଅନେକ ପ୍ରକାରର ଚେଷ୍ଟା କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳୁଥିବା ପରିଲକ୍ଷିତ ହେଉନାହିଁ । ତେବେ ଏହି ପରିପ୍ରେକ୍ଷୀରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ରିପୋର୍ଟ ଖୁବ୍ ଚିନ୍ତାଜନକ ରହିଛି । ରିପୋର୍ଟ ଅନୁସାରେ, ପୋକ୍ସୋ ଆକ୍ଟ ଅଧୀନରେ ରୁଜୁ କରାଯାଇଥିବା ୯୯ ପ୍ରତିଶତ ମାମଲାରେ ଛୋଟ ଝିଅଙ୍କ ପ୍ରତି ଦୁଷ୍କର୍ମ କରାଯାଇଥିବା ଉଲ୍ଲେଖ ହୋଇଛି ।

ଚାଇଲ୍ଡ ରାଇଟ୍ସ ଆଣ୍ଡ ୟୁ(କ୍ରାଇ) ନାମରେ ଏକ ବେସରକାରୀ ସଂସ୍ଥା ପକ୍ଷରୁ ଏନସିଆରବି ରିପୋର୍ଟ ଉପରେ ବିଶ୍ଲେଷଣ କରାଯାଇଥିଲା । ଯେଉଁଥିରୁ ଜଣାପଡ଼ିଛି ଯେ, ଗତବର୍ଷ ଦେଶବ୍ୟାପୀ ପୋକ୍ସୋ ଆକ୍ଟ ଅଧୀନରେ ପାଖାପାଖି ୨୮ ହଜାର ୩୨୭ ମାମଲା ରୁଜୁ କରାଯାଇଛି । ଯେଉଁଥିରେ ୨୮ ହଜାର ୫୮ ମାମଲାରେ ଝିଅ ପୀଡ଼ିତା ରହିଛନ୍ତି । ତେବେ ଏହାକୁ ଗଭୀର ଭାବରେ ବିଶ୍ଲେଷଣ କରାଯାଇଛି । ଏହି ଆକଳନରେ ସର୍ବାଧିକ ୧୪ ହଜାର ୯୨ ମାମଲାରେ ପୀଡ଼ିତା ୧୬ରୁ ୧୮ ବର୍ଷ ବର୍ଗର ରହିଛନ୍ତି । ଏହାପରେ ୧୦ହଜାର ୯୪୯ ପୀଡ଼ିତା ୧୨ରୁ ୧୬ ବର୍ଷ ମଧ୍ୟରେ ରହିଛନ୍ତି ।

ଏନସିଆରବି ରିପୋର୍ଟରେ ଦର୍ଶାଯାଇଛି ଯେ, ସବୁ ବୟସ ବର୍ଗର କିଶୋରୀ ମାନେ ଯୌନ ଅପରାଧରେ ସର୍ବାଧିକ ଶିକାର ହୋଇଛନ୍ତି । କୋଭିଡ୍ କାଳରେ ଝିଅ ମାନଙ୍କୁ ଅନେକ ପ୍ରକାରର ସମସ୍ୟାର ସାମନା କରିବାକୁ ପଡ଼ିଥିଲା । ସେମାନଙ୍କ ଶିକ୍ଷା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା । ବାଲ୍ୟ ବିବାହ ହାର ବୃଦ୍ଧି ପାଇଲା । ହିଂସା ଓ ଯୌନ ଶୋଷଣର ଆଶଙ୍କା ମଧ୍ୟ ବୃଦ୍ଧି ପାଇଲା ।

 

Get real time updates directly on you device, subscribe now.