fbpx

ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କବାଦୀ ଗିରଫ , ଏକେ-୪୭ ସହ ହ୍ୟାଣ୍ଡ ଗ୍ରେନେଡ ଜବତ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀନଗରରୁ ଗିରଫ ହୋଇଛି ଜଣେ ପାକିସ୍ତାନୀ ଆତଙ୍କବାଦୀ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଚଢ଼ାଉ କରି ଆତଙ୍କବାଦୀ ଧରିଥିବା ସୂଚନା ମିଳିଛି । ଗିରଫ ଆତଙ୍କବାଦୀଠାରୁ ଏକେ-୪୭ ଓ ହ୍ୟାଣ୍ଡ ଗ୍ରେନେଡ ଜବତ ହୋଇଛି । ଦିଲ୍ଲୀରେ ବିସ୍ଫୋରଣ ଘଟାଇବାକୁ ଆଇଏସଆଇ ଠାରୁ ତାଲିମ ନେଇଥିବା ଆତଙ୍କବାଦୀ ଡକ୍ୟୁମେଣ୍ଟ ଜାଲିଆତି କରି ଦିଲ୍ଲୀ ରହିଆସୁଥିଲା । କେବଳ ଦିଲ୍ଲୀ ନୁହେଁ, ଅନ୍ୟ କିଛି ସହରରେ ଆକ୍ରମଣ କରିବାର ଯୋଜନା କରିଥିଲା ଗିରଫ ଆତଙ୍କବାଦୀ । ସେ ନେପାଳ ରାସ୍ତା ଦେଇ ଦିଲ୍ଲୀରେ ପଶିଥିବା କୁହାଯାଉଛି ।

ଆତଙ୍କବାଦୀକୁ ଗିରଫ କରାଯାଇ ପଚରାଉଚରା ଜାରି ରହିଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପକ୍ଷରୁ କୁହାଯାଇଛି ଯେ, ସୋମବାର ରାତି ୯ଟା ୨୦ ମିନିଟରେ ମୋହମ୍ମଦ ଅଶରଫ ଓରଫ ଅଲ୍ଲୀ ନାମକ ଜଣେ ପାକିସ୍ତାନୀ ବ୍ୟକ୍ତିକୁ ଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳରୁ ଗିରଫ କରାଯାଇଛି । ପାକିସ୍ତାନର ପଞ୍ଜାବ ସୀମାର ନରୋବଲ ଜିଲ୍ଲାର ବାସିନ୍ଦା ହେଉଛି ଅଶରଫ । ମୋହମ୍ମଦ ନିଜକୁ ଭାରତୀୟ କହୁଥିବା ବେଳେ ନିଜ ନାଁରେ ସେ ଫେକ୍ ଆଇଡି କରିଥିଲା । ଭାରତୀୟ ଆଇଡି କରିବାକୁ ସେ ଫେକ୍ ପ୍ରମାଣପତ୍ରର ବ୍ୟବହାର କରିଥିଲା ।

Get real time updates directly on you device, subscribe now.