fbpx

‘Akasa Air’କୁ ମିଳିଲା ମଞ୍ଜୁରୀ, ଏବେ ଟାଟାଙ୍କ ସହ ଝୁନଝୁନୱାଲାଙ୍କ ହେବ ଲଢ଼େଇ

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ଏୟାରଲାଇନ୍ସ କମ୍ପାନୀଗୁଡ଼ିକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା । ତେଣୁ ଆଗାମୀ ଦିନରେ ଏହି ସେକ୍ଟରରେ ଫାଇଦା ମିଳିବ ବୋଲି ବିଶିଷ୍ଟ ଉଦ୍ୟୋଗପତିମାନଙ୍କର ହୃଦବୋଧ ହୋଇଛି । ତେବେ ଦେଶର ୱାରେନ ବଫେଟ କୁହାଯାଉଥିବା ରାକେଶ ଝୁନଝୁନୱାଲାଙ୍କ ଏୟାରଲାଇନ୍ସକୁ ସରକାରଙ୍କ ଠାରୁ ଏନଓସି ସାର୍ଟିଫିକେଟ ମିଳିସାରିଛି । କମ୍ପାନୀ ଖୁବଶୀଘ୍ର ‘ଆକାଶ ଏୟାର’ ଏୟାରଲାଇନ୍ସର ଶୁଭାରମ୍ଭ କରିବାକୁ ଯାଉଛି । ଆସନ୍ତା ବର୍ଷ ଗରମ ସିଜିନରେ ଏହି ସେବାର ଶୁଭାରମ୍ଭ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଆକାଶ ଏୟାରକୁ ଜେଟ ଏୟାରୱେଜର ପୂର୍ବ ସିଇଓ ବିନୟ ଦୁବେ ସପୋର୍ଟ କରୁଛନ୍ତି । ଏହି ଏୟାଲାଇନ୍ସ ଏବେ ଡିଜିସିଏର ଅନୁମତିକୁ ଅପେକ୍ଷା କରିରହିଛି । ଯଦି ଠିକ୍ ସମୟରେ ଲାଇସେନ୍ସ ମିଳିଯାଏ, ତେବେ ଆସନ୍ତା ୨୦୨୨ ଗରମ ସିଜିନରେ ଆକାଶ ଏୟାରର ଶୁଭାରମ୍ଭ କରାଯିବ । ନିକଟରେ ରାକେଶ ଓ ତାଙ୍କର ଧର୍ମପତ୍ନୀ ରେଖା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ନେଇ ମୋଦି ଖୁସି ବ୍ୟକ୍ତ କରିବା ସହ ଭାରତୀୟ ବଜାର ସଂପର୍କରେ ଟ୍ୱିଟ କରିଥିଲେ । କିଛିଦିନ ପୂର୍ବରୁ ଟାଟା ଗ୍ରୁପ ଏୟାର ଇଣ୍ଡିଆକୁ ୧୮ କୋଟିରେ କିଣିଥିଲା । ତେବେ ଆକାଶ ପଥରେ ରାଜ କରିବା ନେଇ ଭବିଷ୍ୟରେ ଏହି ଦୁଇ କମ୍ପାନୀ ମଧ୍ୟରେ କଡ଼ା ଟକ୍କର ହୋଇପାରେ ।

Get real time updates directly on you device, subscribe now.