fbpx

ରାଷ୍ଟ୍ରପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ: ମିଳିଲା ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ 

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବ ରାଜ୍ୟପାଳ ତଥା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ସଂସଦ ଭବନରେ ଦିନ ୧୨ଟା ସମୟରେ ନାମାଙ୍କନ ଦାଖଲ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମେତ ଏନଡିଏର ବଡ଼ ନେତା ଓ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବେ ।

ସୂଚନା ମୁତାବକ, ନାମାଙ୍କନ ଦାଖଲ ବେଳେ ରାଜ୍ୟ ବିଜେପିର ୧୦ ବିଧାୟକ ଉପସ୍ଥିତ ରହିବେ । ବିଜେଡିରୁ ପ୍ରସ୍ତାବକ ଥିବା ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ମଧ୍ୟ ଉପସ୍ଥିତ ରହିବେ । ଦ୍ରୌପଦୀଙ୍କ ପ୍ରାର୍ଥୀପତ୍ର ଦାଖଲକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ରାଜ୍ୟବାସୀ ।

ଅନ୍ୟପଟେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ରାଜ୍ୟ ସରକାରଙ୍କ ପ୍ରକାଶିତ ବିଜ୍ଞପ୍ତି ଜରିଆରେ ସମର୍ଥନ ଘୋଷଣା କରିଛନ୍ତି । ଜାତି/ଜନଜାତି ବର୍ଗଙ୍କୁ ତାଙ୍କ ସରକାର ସବୁବେଳେ ଗୁରୁତ୍ୱ ଦେଇଛି ବୋଲି କହିଛନ୍ତି । ନାମାଙ୍କନ ବେଳେ ଦଳର ୨ ସାଂସଦ ଉପସ୍ଥିତ ରହିବେ ବୋଲି ଜଗନ ମୋହନ କହିଛନ୍ତି ।

Get real time updates directly on you device, subscribe now.