fbpx

ଏମିତିରେ ସିଲଭର ମେଡାଲ ଜିତି ନାହାନ୍ତି ନିରାଜ ଚୋପ୍ରା, ଏହି ଡାଏଟ ପ୍ଲାନ କରୁଥିଲେ ଫଲୋ

ନୂଆଦିଲ୍ଲୀ: ନୀରଜ ଚୋପ୍ରା ଭାରତକୁ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ସିଲଭର ମେଡାଲ ଦେଇଛନ୍ତି। ସେ ୮୯.୪୫ ମିଟର ଦୂରତାରେ ଜାଭେଲିନ୍ ପକାଇ କମାଲ କରିଛନ୍ତି। ନୀରଜ ନିଜକୁ ଫିଟ ରଖିବା ପାଇଁ ହେଲଦୀ ଡାଏଟ ପ୍ଲାନ ଫଲୋ କରନ୍ତି। ତାଙ୍କ ଡାଏଟ ପ୍ଲାନକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ନୀରଜ ଟ୍ରେନିଂ ପୂର୍ବରୁ ଏବଂ ଟ୍ରେନିଂ ସମୟରେ ଜୁସ୍‌, କଦଳୀ ଏବଂ ପଇଡ଼ ପାଣି ପିଉତିଲେ। ସେହିପାରି ଟ୍ରେନିଂ ପରେ ପ୍ରୋଟିନ ଶେକ ମଧ୍ୟ ପିଉଥିଲେ।

ନୀରଜ ନିଜେ ନିଜର ଡାଏଟ ପ୍ଲାନ ସେୟାର କରିଛନ୍ତି। ସେ ଫିଟ ଇଣ୍ଡିଆ ମୁଭମେଣ୍ଟ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ ଟ୍ରେନିଂ ପୂର୍ବରୁ ଏବଂ ଟ୍ରେନିଂ ପରେ ଡାଏଟକୁ ନେଇ କଥା ହୋଇଛନ୍ତି। ନୀରଜ କହିଚନ୍ତି ଯେ, ଟ୍ରେନିଂ ସମୟରେ କଦଳୀ, ଜୁସ ବା ପଇଡ଼ ପାଣି ପିଉଥିଲେ। ସେହିପରି ଟ୍ରେନିଂ ପରେ ପ୍ରୋଟିନ ସେକ ପିଅନ୍ତି। ଏଥିସହ ଡାଏଟ ହିସାବରେ ଅଣ୍ଡା ବି ଖାଆନ୍ତି। ନୀରଜ ମାଂସାହାରୀ ଖାଦ୍ୟକୁ ନେଇ କହିଛନ୍ତି ଯେ, ସେ ଟେଷ୍ଟ ପାଇଁ ଖାଆନ୍ତି ନାହିଁ। ହେଲେ ଅନେକ ଥର ବିଦେଶରେ ଶାକାହାରୀ ଖାଦ୍ୟ ମିଳୁନଥିଲା। ଏହି କାରଣରୁ ତାଙ୍କୁ ମାଂସାହାରୀ ଖାଦ୍ୟ ଖାଇବାକୁ ପଡୁଥିଲା।

ନୀରଜ କହିଛନ୍ତି ଯେ, ସେ ଆଇସକ୍ରିମ ସହ ଗୁଲାବ ଜାମୁ ଖାଇବାକୁ ପସନ୍ଦ କରନ୍ତି। ହେଲେ ବେଳେ ବେଳେ ଖାଆନ୍ତି। ତାଙ୍କୁ ଚୁରମା ଖାଇବାକୁ ମଧ୍ୟ ଭଲ ଲାଗେ। ସେ ଲଞ୍ଚରେ ଦହି ଭାତ ଏବଂ ତରକାରି ଖାଇବାକୁ ପସନ୍ଦ କରନ୍ତି। ଯଦି ଡିନର କଥା କହିବା ତେବେ ସୁପ, ଖଟା ଖାଇବା ତରକାରୀ, ସାଲାଡ ଏବଂ ଫୁଡସ ଖାଆନ୍ତି। ସ୍ନାକ୍ସରେ ଖଜୁରୀ, ଗୁଡ ଏବଂ କ୍ଷୀର ପିଅନ୍ତି।

ନୀରଜ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଗୋଲ୍ଡ ମେଡାଲ ଜିତିଥିଲେ। ସେହିପରି ପ୍ୟାରିସରେ ସିଲଭର ମେଡାଲ ଜିତିଥିଲେ। ନୀରଜ ୱାଲର୍ଡ ଚାମ୍ପିୟନସିପ ୨୦୨୩ରେ ଗୋଲ୍ଡ ଜିତିଥିଲେ। ଏହା ପୂର୍ବରୁ ସିଲଭର ମେଡାଲ ଜିତିଥିଲେ। ସେ ଡାୟମଣ୍ଡ ଲିଗରେ ମଧ୍ୟ ଗୋଲ୍ଡ ଜିତି ସାରିଛନ୍ତି। ନୀରଜ ୨୦୨୨ରେ ଗୋଲ୍ଡ ଏବଂ ୨୦୩ରେ ସିଲଭର ଜିତି ଥିଲେ।

Get real time updates directly on you device, subscribe now.