fbpx

ଆଜି ନିଟ୍ ୟୁଜି ପ୍ରବେଶିକା, କରୋନା କଟକଣା ମଧ୍ୟରେ ୧୬ ଲକ୍ଷ ୪୩ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିଗିଡ଼ି ଯାଇଛି । ଏଥିପାଇଁ ଅନେକ ପରୀକ୍ଷାକୁ ରଦ୍ଦ ମଧ୍ୟ କରାଯାଇଛି । ତେବେ କରୋନା ଯୋଗୁଁ ସ୍ଥଗିତ ହୋଇଥିବା ନିଟ୍ ୟୁଜି ପ୍ରବେଶିକା ସମଗ୍ର ଦେଶେର ଆଜି ଛାତ୍ରଛାତ୍ରୀ ନିଟ୍ ୟୁଜି ପ୍ରେବଶିକା ପରୀକ୍ଷା ଦେବେ । ଦେଶର ୨୦୨ଟି ସହରରେ ୩ ହଜାର ୮୮୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ୧୬ ଲକ୍ଷ ୪୩ ହଜାର ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେବେ ।

ପରୀକ୍ଷା ଅପରାହ୍ଣ ୨ଟାରୁ ୫ଟା ମଧ୍ୟର ଅନୁଷ୍ଠିତ ହେବ । ତେବେ ଓଡ଼ିଶାର ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, ଭୁବେନଶ୍ୱର, କଟକ, ରାଉଲେକଲା, ସମ୍ବଲପୁର, ଭବାନୀପାଟଣା, ପୁରୀ, ବଲାଙ୍ଗିର, କେନ୍ଦୁଝର, ମାଲକାନାଗିରି, ରାୟଗଡ଼ା, ଫୁଲାବାଣୀ, ପାରଳାଖେମୁଣ୍ଡି, କୋରାପୁଟ ଆଦି ୧୬ଟି ସହରେର ପରୀକ୍ଷା କେନ୍ଦ୍ର ଚିହ୍ନଟ ହୋଇଛି । ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେବା ନେଇ ପଞ୍ଜୀକରଣ କରିଛନ୍ତି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ଓଡ଼ିଆ ଭାଷା ସେମତ ମୋଟ୍ ୧୩ଟି ଭାଷାରେ ପ୍ରଶ୍ନପତ୍ର ପାଇବେ ।

Get real time updates directly on you device, subscribe now.