fbpx

ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ପକ୍ଷରୁ ଜଗତସିଂହପୁରରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାର ସୁଦୃଢ଼ୀକରଣ

ଭୁବନେଶ୍ୱର(ଓଡିଶା ଭାସ୍କର): ନିରନ୍ତର ଅର୍ଥନୈତିକ ବିକାଶ ଓ ଅଭିବୃଦ୍ଧି ହାସଲ କରିବା ଲାଗି ଭରସାଯୋଗ୍ୟ ଓ ସୁରକ୍ଷିତ ବିଦୁ୍ୟତ ସର୍ବଦା ହେଉଛି ଲୋକମାନଙ୍କର ଏକ ମୌଳିକ ଆବଶ୍ୟକତା । ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ଲାଗି ଟିିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ପୁରୁଣା ବିଦ୍ୟୁତ ବଣ୍ଟନ ନେଟ୍ୱର୍କର ସୁଦୃଢ଼ୀକରଣ ଦିଗରେ ଅସଂଖ୍ୟ ଉନ୍ନତୀକରଣ ଅଭିଯାନ ଗ୍ରହଣ କରାଯାଇଛି ।

ଏହି କ୍ଷେତ୍ରରେ ସ୍ୱତନ୍ତ୍ର ଉପସ୍ଥାପନା ଭାବେ ଜଗତସିଂହପୁରରେ ସୁରକ୍ଷା, ବ୍ୟବସ୍ଥା ସୁଦୃଢ଼ୀକରଣ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବର୍ଗରେ ସଂଖ୍ୟାଧିକ ପଦକ୍ଷେପ ଗ୍ରହଣ କରାଯାଇଛି । ସାଧାରଣ ଜନତା ଓ ପଶୁମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ନେଟ୍ୱର୍କରେ ବଡ଼ ଧରଣର ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯାଇଛି ।

ଏଦିଗରେ ଗ୍ରହଣ କରାଯାଇଥିବା ପ୍ରମୁଖ ପଦକ୍ଷେପଗୁଡ଼ିକ ହେଉଛି:

• ଭୋଲ୍ଟେଜ୍ ହ୍ରାସ ପାଇବା ସମସ୍ୟାର ସମାଧାନ କରିବା ଏବଂ ଏହି ଅଂଚଳରେ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦୁ୍ୟତ ଯୋଗାଣ ଲାଗି ୮୬ କିମିରୁ ଅଧିକ ଖରାପ କଣ୍ଡକ୍ଟରକୁ ପରିବର୍ତନ କରାଯାଇଛି ।
• ଜଗତସିଂହପୁର ଅଂଚଳରେ ବିଦୁ୍ୟତ ତାରର ଭୂଲମ୍ବ ଓ ଭୂସମାନ୍ତର ସୀମାରେ ବୃଦ୍ଧି କରି ସେଗୁଡ଼ିକୁ ସଠିକ୍ କରିବା ପାଇଁ ୨୧୦୦ରୁ ଅଧିକ ଖୁଂଟ ସ୍ଥାପନ କରାଯାଇଛି ।
• ରାସ୍ତା ଉପରେ ରହିଥିବା ଲାଇଭ୍ କଣ୍ଡକ୍ଟର୍ ତାର ତଳକୁ ଖସିପଡ଼ିବା ଓ ଛିଣ୍ଡିଯିବା ଦ୍ୱାରା ଲୋକମାନେ ଦୁର୍ଘଣାର ଶିକାର ହେବାର ଆଶଂକା ରହିଥିବାରୁ ସେଗୁଡ଼ିକୁ ସୁରକ୍ଷିତ ରକିବା ଲାଗି ୨୩ରୁ ଅଧିକ ସଡ଼କ ପାର ହେବା ଭଳି ସ୍ଥାନରେ କ୍ରେଡଲ୍ ଗାର୍ଡ ଦିଆଯାଇଛି ।
• ଏହା ବ୍ୟତୀତ ୯୦୦ରୁ ଅଧିକ ବଙ୍କା ହୋଇଯାଇଥିବା ପୋଲ୍କୁ ସୁଦୃଢ଼ କରାଯାଇଥିବା ବେଳେ ପୁରୁଣା ପୋଲ୍ର କଂକ୍ରିଟ୍ କାର୍ଯ୍ୟ ଶେଷ ହୋଇଛି ।
• ଟିପିସିଓଡିଏଲ୍ ପକ୍ଷରୁ ଜଗତସିଂହପୁର ଅଂଚଳରେ ୨୫ ନୂଆ ୧୧ କେଭି ତାର ଏବି ସ୍ୱିଚ୍ ଗୁଡିକୁ ସ୍ଥାପନ କରାଯାଇଛି । ଏହା ତ୍ରୁଟି ସମାଧାନ ସମୟ ହ୍ରାସ କରିବ ଏବଂ ଏହି ଅଂଚଳରେ ସାମଗ୍ରିକ ଭାବେ ଭରସାଯୋଗ୍ୟତାରେ ଉନ୍ନତି ଆଣିବ ।
• ପୁନଶ୍ଚ, ଟ୍ରିପିଂ ସଠିକତାରେ ଉନ୍ନତି ଆଣିବା ଏବଂ ସମସ୍ତଙ୍କୁ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦୁ୍ୟତ ପ୍ରଦାନ କରିବା ଲାଗି ନୂଆଗାଁ, ବିରିଡ଼ି ଓ ରଘୁନାଥପୁର ଅଂଚଳରେ ଚାରି ୧୧କେଭି/ ୩୩ କେଭି ଭାକ୍ୟୁମ ସର୍କିଟ୍ ବ୍ରେକର୍ କୁ ପରିବର୍ତନ କରାଯାଇଛି ।
• ଭୋଲ୍ଟେଜ୍ ସ୍ଥିତିରେ ଉନ୍ନତି ଆଣିବା ଲାଗି ଓଡିଏସ୍ଏସ୍ପି ସ୍କିମ୍ ରେ ଡେରିକ୍, ଦଶବତିଆ ଓ ଚିକିଣିଆରେ ନିକଟ ଅତୀତରେ ତିନି ନୂଆ ୩୩/୧୧ କେଭି ପ୍ରାଥମିକ ସବ୍ଷ୍ଟେସନ୍ କାର୍ଯ୍ୟକ୍ଷମ କରାଯାଇଛି ।

ଏହି ବିକାଶ ସମ୍ପର୍କରେ ଶ୍ରୀଯୁକ୍ତ ଏମ୍ ସେନବାଗମ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ କହିଛନ୍ତି ଯେ, “ପୁରୁଣା ନେଟ୍ୱର୍କର ଉନ୍ନତୀକରଣ କରିବା ଲାଗି ଅନେକ ପ୍ରକାର ମରାମତି କାର୍ଯ୍ୟକ୍ରମ, ସ୍କାଡା ପ୍ୟାନେଲ୍ର ଆର୍ଥିଂ, ସ୍ମାର୍ଟ ଅଗ୍ନି ଚିହ୍ନଟ ବ୍ୟବସ୍ଥା ଆଦି ଅଭିଯାନ ଗ୍ରହଣ କରାଯାଇଛି । ଭରସାଯୋଗ୍ୟତାରେ ଉନ୍ନତି ଆଣିବା, ଏଟିଆଣ୍ଡ୍ସି କ୍ଷତି ହ୍ରାସ କରିବା ଏବଂ ଉକ୍ରୃଷ୍ଟ ଗ୍ରାହକ ସେବା ପ୍ରଦାନ କରିବା ଲାଗି ପାଂଚଟି ସର୍କଲ୍ରେ ବଂଟନ ନେଟ୍ୱର୍କର ଉନ୍ନତୀକରଣ ଓ ଆଧୁନିକୀକରଣ ଲାଗି ସଂସ୍ଥା ପ୍ରତିବଦ୍ଧ ରହିଛି ।’’

Get real time updates directly on you device, subscribe now.