fbpx

ପୋଲିସ ଉପରେ ପୁଷ୍ପବର୍ଷା ଓ ମିଠା ଖୁଆଇ କୃତଜ୍ଞତା ଜଣାଇଲେ ଲୋକେ

ହାଇଦ୍ରାବାଦ,୬ ।୧୨: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଏହି ଘଟଣା ପରେ ପ୍ରଂଶସାର ପାତ୍ର ପାଲଟିଛନ୍ତି ପୋଲିସ । ଯେଉଁ ସ୍ଥାନରେ ଏନକାଉଣ୍ଟର ହୋଇଥିଲା, ସେଠାରେ ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚିଛନ୍ତି । ଖବର ପ୍ରଚାରିତ ହେବା ପରେ ସେଠାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଛି ।

ତେବେ ଏହି ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଅବସରରେ ସ୍ଥାନୀୟ ଲୋକେ ଖୁସିରେ ପୋଲିସଙ୍କ ଉପରେ ପୁଷ୍ପବର୍ଷା କରିବା ସହ ମିଠା ଖୁଆଉଥିବାର ଦେଖିବାକୁ ମିଳୁଛି । ଏହା ସହ ପୀଡ଼ିତାଙ୍କ ଘର ପାଖର ମହିଳାମାନେ ପୋଲିସ କର୍ମଚାରୀଙ୍କ ହାତରେ ରାକ୍ଷୀ ମଧ୍ୟ ବାନ୍ଧିଥିଲେ।

ହାଇଦ୍ରାବାଦ ବାସୀ ପୋଲିସର ଏଭଳି ପଦକ୍ଷେପରେ ଅତ୍ୟନ୍ତ ଖୁସି ହେବା ସହ ଚାରିଆଡେ ଉତ୍ସବ ପାଳୁଥିବାର ନଜର ଆସିଛନ୍ତି । ୪ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ଏବେ ପୋଲିସଙ୍କୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Get real time updates directly on you device, subscribe now.