fbpx

ହାଇଦ୍ରାବାଦ ଏନକାଉଣ୍ଟର ମାମଲାରେ କଣ କହିଲେ ପ୍ରତାପ ଓ ସୁର ?

ଭୁବନେଶ୍ୱ.୬ ।୧୨: ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ଆଜି ବଢ ପଦକ୍ଷେପ ନେଇଛି ତେଲେଙ୍ଗାନା ପୋଲିସ । ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ପୋଡି ଦେଇଥିବା ୪ ଅପରାଧୀଙ୍କୁ ଆଜି ପୋଲିସ ଏନକାଉଣ୍ଟର କରିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି ଯେ, ଏ ଘଟଣାରେ ମାନବାଧିକାର କମିଶନରଙ୍କ ମତ ଅଲଗା ହୋଇପାରେ । କିନ୍ତୁ ମୋ ମତରେ ପୋଲିସ ଯାହା କରିଛି ଠିକ୍ କରିଛି । ଯେଉଁ ପରିସ୍ଥିତିରେ ଏନକାଉଣ୍ଟର କରିଛି ଠିକ୍ କରିଛି । କିଛି ଦେଶରେ ଦୁଷ୍କର୍ମକାରୀଙ୍କୁ ରାସ୍ତାରେ ଗୁଳି କରିବାର ବ୍ୟବସ୍ଥା ରହିଛି ।’

ସେହିପରି ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସୁର ରାଉତରାୟ । ସେ କହିଛନ୍ତି, ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ପୋଲିସ ଠିକ୍ କରିଛି । ହାଇଦ୍ରାବାଦ ପୋଲିସଠାରୁ ଓଡିଶା ପୋଲସ କିଛି ଶିଖିବା ଦରକାର ।’

ଅନ୍ୟପଟେ ଏନକାଉଣ୍ଟର ଭୁଲ ନୁହେଁ ବୋଲି କହିଛନ୍ତି ଗଜପତି ଏସପି ସାରା ଶର୍ମା । ସେ କହିଛନ୍ତି ଯେ, ‘ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର ସ୍ୱାଗତଯୋଗ୍ୟ ପଦକ୍ଷେପ । ଅପରାଧି ଖସି ପଳାଉଥିବା ବେଳେ ଏନକାଉଣ୍ଟର ଭୁଲ ନୁହେଁ । ହାଇଦ୍ରାବାଦ ଘଟଣା ଦେଶକୁ ଦୋହଲାଇ ଦେଇଥିଲା।’

Get real time updates directly on you device, subscribe now.