fbpx

ହାଇଦ୍ରାବାଦ ଗଣଦୁଷ୍କର୍ମ, ଏନକାଉଣ୍ଟର ସ୍ଥଳରେ ଫରେନସିକ ଟିମ୍

ହାଇଦ୍ରାବାଦ,୬ା୧୨(ଓଡ଼ିଶା ଭାସ୍କର): ହାଇଦ୍ରାବାଦରେ ଗଣଦୁଷ୍କର୍ମମାନଙ୍କୁ ହୋଇଥିବା ଏନକାଉଣ୍ଟର ସ୍ଥଳରେ ଫରେନସିକ ଟିମ ତଦନ୍ତ ଆରମ୍ଭ କରିଛି । କିଛି ସମୟ ପରେ ମୃତକଙ୍କ ଶବବ୍ୟବଚ୍ଛେଦ କରାଯିବ । ଏହାସହ ହାଇଦ୍ରାବାଦ ଏନକାଉଣ୍ଟର ନେଇ କିଛି ସମୟ ପରେ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରିବ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ଆଜି ସକାଳେ ହାଇଦ୍ରାବାଦର ମହିଳା ଡାକ୍ତର ଦିଶାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ । ଅଭିଯୁକ୍ତମାନେ ଖସି ପଳାଉଥିବା ବେଳେ ଏନଏଚ୍-୪୪ରେ ଏନକାଉଣ୍ଟର କରିଥିଲା ତେଲେଙ୍ଗାନା ପୋଲିସ । ଯେଉଁ ରାଜପଥରେ ଗଣଦୁର୍ଷ୍କମର ଶିକାର ହୋଇଥିଲେ ମହିଳା ଡାକ୍ତର, ସେହି ସ୍ଥାନରେ ଏନକାଉଣ୍ଟର ହୋଇଥିଲେ ଦୁଷ୍କର୍ମକାରୀ ।

ନଭେମ୍ବର ୨୭ ତାରିଖ ରାତିରେ ହାଇଦ୍ରାବାଦର ଶାମସାବାଦଠାରେ ୨୬ ବର୍ଷୀୟ ଭେଟରିନାରୀ ମହିଳା ଡାକ୍ତରଙ୍କୁ ୪ ଜଣ ଯୁବକ ସାହାଯ୍ୟ କରିବା ନାଁରେ ଗଣଦୁଷ୍କର୍ମ କରିବା ପରେ ପୋଡ଼ି ମାରି ଦେଇଥିଲେ। ଅଭିଯୁକ୍ତମାନେ ପିଲା ଦିନରୁ ସାଙ୍ଗ ଥିଲେ । ଅଭିଯୁକ୍ତ ମହମ୍ମଦ ଆରିଫ ଜଣେ ଟ୍ରକ ଚାଳକ ଥିଲା । ଅନ୍ୟ ୩ ଅଭିଯୁକ୍ତ ସଫାଇ କାମ କରୁଥିଲେ । ପୋଲିସ କହିବା ଅନୁସାରେ ଗତ ନଭେମ୍ବର ୨୭ ରାତିରେ ଅଭିଯୁକ୍ତମାନେ ମହିଳା ଡାକ୍ତରଙ୍କୁ ଅପହରଣ କରିଥିଲେ । ଅଭିଯୁକ୍ତମାନେ ଡାକ୍ତରାଣୀଙ୍କୁ ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ବଳପୂର୍ବକ ମଦ ପିଆଇଥିଲେ । ଏହା ପରେ ଗଣଦୁଷ୍କର୍ମ ଓ ହତ୍ୟା କରିଥିଲେ । ପୀଡ଼ିତାଙ୍କ ମୁହଁ ଓ ନାକ ବନ୍ଦ କରି ଦିଆଯାଇଥିଲା । ଏଥିରେ ସେ ଅଣନିଃଶ୍ୱାସୀ ହୋଇଯାଇଥିଲେ । ଏହା ପରେ ଘଟଣାସ୍ଥଳରୁ ୨୭ କିଲୋମିଟର ନେଇଯାଇ ମୃତ ଶରୀର ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ମୃତଦେହ ନିକଟରେ ପୀଡ଼ିତାଙ୍କ ଫୋନ ଓ ଘଣ୍ଟା ଲୁଚାଇ ଦେଇଥିଲେ । ଏହାପର ଦିନ ତାଙ୍କ ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତୁରନ୍ତ ଏହି ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମଗ୍ର ଦେଶରେ ଉତ୍ତେଜନା ଦେଖାଯାଇଥିଲା ।

ଯେଉଁ ଟୋଲପ୍ଲାଜା ନିକଟରେ ମହିଳା ଡାକ୍ତରଙ୍କ ସ୍କୁଟି ଖରାପ ହୋଇଥିଲା ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଅଜଣା ବ୍ୟକ୍ତି ଆଗେଇ ଆସିଥିଲେ, ସେହି ସ୍ଥାନରେ ଲାଗିଥିବା ସିସିଟିଭିକୁ ପୋଲିସ ଯାଞ୍ଚ କରିଥିଲା। ଏହି ସମୟରେ ସ୍କୁଟିରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ପୋଲିସ ସିସିଟିଭି ସହ ନିକଟସ୍ଥ ଗ୍ୟାରେଜରେ ପଚାର ଉଚରା କରି ପୁରା ଘଟଣାର ପର୍ଦ୍ଦାଫାସ କରିଥିଲା ।

Get real time updates directly on you device, subscribe now.