fbpx

ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬ା୧୨(ଓଡ଼ିଶା ଭାସ୍କର): +୨ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଜି ଲାପଟପ୍ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟାଯାଇଛି । ବର୍ତ୍ତମାନ ସୁଦ୍ଧା ୯୦,୨୦୩ ଛାତ୍ରଛାତ୍ରୀଙ୍କୁ ଏହି ଲାପଟପ୍ ବଣ୍ଟନ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଛାତ୍ରଛାତ୍ରୀଙ୍କ ପଢ଼ା ପ୍ରତି ଆଗ୍ରହ ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୩ରେ ସରକାର ଏହିପରି ଯୋଜନା ଆରମ୍ଭ କରିଥିଲେ । ୨୦୧୩ପରଠାରୁ ସମସ୍ତ +୨ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରାଯାଉଛି । ସେହିପରି ଚଳିତବର୍ଷ ମଧ୍ୟ ଲାପଟପ୍ ବଣ୍ଟନ କରାଯାଇଛି ।

Get real time updates directly on you device, subscribe now.