fbpx

ଆତ୍ମରକ୍ଷା ପାଇଁ ପୋଲିସ ଗୁଳି ଚଳାଇଥିଲା: ପୋଲିସ କମିଶନର

ହାଇଦ୍ରାବାଦ,୬ା୧୨: ଦିଶାଙ୍କ ମାମଲାରେ ସାଇବରାବାଦ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ପୋଲିସ କମିଶନର ଭିସି ସଜନାର ସମ୍ମିଳନୀରେ କ୍ରାଇମ ସିନକୁ ରିକ୍ରିଏଟ କରିବାକୁ ପୋଲିସ ନେଇଥିଲା ବୋଲି କହିଛନ୍ତି । ଦିଶାଙ୍କୁ ହତ୍ୟା ପରେ ଅଭିଯୁକ୍ତ ଜାଳି ଦେଇଥିଲେ । ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ରହିଛି ବୋଲି ସେ କହିଛନ୍ତି । ଏହି ଘଟଣାର ତଦନ୍ତ ପରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ନିହତ କରାଯାଇଥିଲା । ଅଭିଯୁକ୍ତମାନେ ଘଟଣାସ୍ଥଳରେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ଆରିଫ ଓ ଚିନ୍ତାକୁଟା ପୋଲିସଠାରୁ ବନ୍ଧୁକ ଛଡ଼ାଇ ନେଇଥିଲେ । ଆତ୍ମରକ୍ଷା ପାଇଁ ପୋଲିସ ଗୁଳି ଚଳାଇଥିଲା ବୋଲି ପୋଲିସ କମିଶନର କହିଛନ୍ତି । ପୋଲିସ ଗୁଳିରେ ୪ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି ବୋଲି ପୋଲିସ କମିଶନର ସ୍ପଷ୍ଟ କରିିଛନ୍ତି । ଗୁଳି ଚଳାଇବା ପୂର୍ବରୁ ସମସ୍ତଙ୍କୁ ଚେତାବନୀ ଦିଆଯାଇଥିଲା । ଏହାସହ ଅଭିଯୁକ୍ତଙ୍କ ଗୁଳିରେ ୨ଜଣ ପୋଲିସ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି । ପରେ ଅଭିଯୁକ୍ତଙ୍କ ପୋଷ୍ଟମର୍ଟମ ପରେ ଡିଏନ ଟେଷ୍ଟ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ଆଜି ସକାଳେ ହାଇଦ୍ରାବାଦର ମହିଳା ଡାକ୍ତର ଦିଶାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ । ଅଭିଯୁକ୍ତମାନେ ଖସି ପଳାଉଥିବା ବେଳେ ଏନଏଚ୍-୪୪ରେ ଏନକାଉଣ୍ଟର କରିଥିଲା ତେଲେଙ୍ଗାନା ପୋଲିସ । ଯେଉଁ ରାଜପଥରେ ଗଣଦୁର୍ଷ୍କମର ଶିକାର ହୋଇଥିଲେ ମହିଳା ଡାକ୍ତର, ସେହି ସ୍ଥାନରେ ଏନକାଉଣ୍ଟର ହୋଇଥିଲେ ଦୁଷ୍କର୍ମକାରୀ । ଭୋର ୫ଟା ୪୦ରୁ ୬ଟା ୧୫ମଧ୍ୟରେ ଏନକାଉଣ୍ଟର ହୋଇଥିଲା ।

Get real time updates directly on you device, subscribe now.