fbpx

ଦିଶାଙ୍କ ପରେ ନିର୍ଭୟାଙ୍କୁ ମିଳିବ ନ୍ୟାୟ ! ରାଷ୍ଟ୍ରପତିଙ୍କୁ ପଠାଗଲା ଫାଇଲ୍

ନୂଆଦିଲ୍ଲୀ,୬ ।୧୨: ହାଇଦ୍ରାବାଦର ଦିଶାଙ୍କ ପରେ ଏବେ ନିର୍ଭୟାଙ୍କୁ ମିଳିପାରେ ନ୍ୟାୟ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜକ୍ଷମା ଆବେଦନ ଫାଇଲ୍ ପଠାଇଲା ଗୃହ ମନ୍ତ୍ରାଳୟ । ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ସୁପାରିସ୍ କରାଯାଇଛି । ପସ୍କୋ ଆକ୍ଟରେ ରାଜକ୍ଷମା ଆବେଦନ ଶେଷ କରାଯାଉ ବୋଲି କୁହାଯାଇଛି ।

ତେବେ ଅଭିଯୁକ୍ତମାନେ ପୂର୍ବରୁ ଦିଲ୍ଲୀ ସରକାରଙ୍କୁ ନିଜର ରାଜକ୍ଷମା ଯାଚିକା ପଠାଇଥିଲେ । କିନ୍ତୁ ଦିଲ୍ଲୀ ସରକାର ଏହି ଯାଚିକା ଆବେଦନକୁ ଖାରଜ କରିବା ସହ ରିପୋର୍ଟକୁ ଗୃହମନ୍ତ୍ରାଳୟକୁ ପଠାଇଥିଲେ । ଏବେ ଗୃହ ମନ୍ତ୍ରାଳୟ ଏହି ଯାଚିକା ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଏବେ ରାଷ୍ଟ୍ରପତି ରାଜକ୍ଷମା ଯାଚିକା ସ୍ୱୀକାର କରୁଛନ୍ତି କି ଖାରଜ କରୁଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ହାଇଦ୍ରାବାଦ ମହିଳା ଡାକ୍ତର ଦିଶାଙ୍କୁ ୪ ଅଭିଯୁକ୍ତ ଗଣ ଦୁଷ୍କର୍ମ କରିବା ସହ ପୋଡି ଦେଇଥିଲେ । ଏହି ଘଟଣାରେ ଆଜି ପଚରାଉଚରା କରୁଥିବା ବେଳେ ଅଭିଯୁକ୍ତମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ପୋଲିସ ଓ ଅଭିଯୁକ୍ତଙ୍କ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା । ପରେ ଆତ୍ମରକ୍ଷା ପାଇଁ ପୋଲିସ ସେହି ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା । ଯାହାକୁ ନେଇ ସାରା ଦେଶରେ ଖୁସିର ମାହଲ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.