fbpx

ସେବାଶ୍ରମରେ ଛାତ୍ରୀ ଗର୍ଭବତୀ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

କୋରାପୁଟ,୬ ।୧୨(ଓଡିଶା ଭାସ୍କର): କୋରାପୁଟ ଜିଲ୍ଲାର ଜୟପୁର ସେବାଶ୍ରମର ଛାତ୍ରୀ ଗର୍ଭବତୀ ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଉଛନ୍ତି ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀଙ୍କ ୬୦ ବର୍ଷିୟ ସ୍ୱାମୀ ରାଜେନ୍ଦ୍ର ରଥ । ରାଜେନ୍ଦ୍ର ରଥଙ୍କୁ ସଦର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ପୂର୍ବରୁ ଏହି ସେବାଶ୍ରମରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ୩ ମାସର ଗର୍ଭବତୀ ହୋଇଥିବାର ସୂଚନା ମିଳିଥିଲା ।

ଖବର ମୁତାବକ, ଖରାଛୁଟିରେ ରାଜେନ୍ଦ୍ର ଛାତ୍ରୀଙ୍କୁ ନେଇ ପ୍ରଧାନ ଶିକ୍ଷୟିତ୍ରୀ ଘରେ ରଖିଥିଲେ। ଘରେ ଥିବା ସମୟରେ ରାଜେନ୍ଦ୍ର ତାଙ୍କ ସହ ୬ ଥର ଦୈହିକ ସମ୍ପର୍କ ରଖିଥିଲେ । ଏହାଛଡ଼ା ସ୍କୁଲ ପରିସରରେ ମଧ୍ୟ ଅବସର ରାଜେନ୍ଦ୍ର ଛାତ୍ରୀଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଏନେଇ ଅଭିଯୁକ୍ତ ଜଣକ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.