fbpx

ହାଇଦ୍ରାବାଦ ଗଣଦୁଷ୍କର୍ମ ଅପରାଧୀଙ୍କ ମୃତଦେହ ନେବାକୁ ପରିବାର ନାରାଜ, ପୋଲିସ କରିବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ,୬ ।୧୨: ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିଥିବା ୪ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ । ଆଜି ସକାଳେ ଏନଏଚ୍-୪୪ରେ ପୋଲିସ ଏନକାଉଣ୍ଟରରେ ସମସ୍ତ ଦୁଷ୍କର୍ମକାରୀଙ୍କ ମୃତ୍ୟୁ ଘଟିଛି । ଏନକାଉଣ୍ଟର ସ୍ଥାନରୁ ଅପରାଧୀଙ୍କ ଶବକୁ ହଟାଯାଉଛି ।

ଅନ୍ୟପଟେ ଅପରାଧୀଙ୍କ ମୃତଦେହକୁ ନେବା ପାଇଁ ସିଧାସଳଖ ମନା କରିଛନ୍ତି ତାଙ୍କ ପରିବାର ଲୋକେ । ଏବେ ଅପରାଧୀଙ୍କ ଅନ୍ତିମ ସଂସ୍କାର କରିପାରେ ତେଲେଙ୍ଗାନା ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ ଆଜି ସକାଳେ ହାଇଦ୍ରାବାଦର ମହିଳା ଡାକ୍ତର ଦିଶାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ । ଅଭିଯୁକ୍ତମାନେ ଖସି ପଳାଉଥିବା ବେଳେ ଏନଏଚ୍-୪୪ରେ ଏନକାଉଣ୍ଟର କରିଥିଲା ତେଲେଙ୍ଗାନା ପୋଲିସ । ଯେଉଁ ରାଜପଥରେ ଗଣଦୁର୍ଷ୍କମର ଶିକାର ହୋଇଥିଲେ ମହିଳା ଡାକ୍ତର, ସେହି ସ୍ଥାନରେ ଏନକାଉଣ୍ଟର ହୋଇଥିଲେ ଦୁଷ୍କର୍ମକାରୀ । ଭୋର ୫ଟା ୪୦ରୁ ୬ଟା ୧୫ମଧ୍ୟରେ ଏନକାଉଣ୍ଟର ହୋଇଥିଲା ।

Get real time updates directly on you device, subscribe now.