fbpx
BSKY
BJD SHG SKY
BJD YOUTH SKY

ଉଚ୍ଚ ଶବ୍ଦରେ ଗୀତ ବାଜୁଥିବାରୁ ପଡୋଶୀଙ୍କୁ କଲେ ଗୁଳି, ଗର୍ଭବତୀ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ସିରାସପୁରରେ ଜଣେ ପଡ଼ୋଶୀ ଉଚ୍ଚ ଶବ୍ଦରେ ଗୀତ ବଜଉଥିବାରୁ ଜଣେ ଗର୍ଭବତୀ ମହିଳାଙ୍କ ଉପରେ ଗୁଳି ଚଳାଇଥିଲେ। ଫଳରେ ସେହି ୩୦ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ଗୁଳି ଯୋଗୁଁ ସଂଗେ ସଂଗେ ମହିଳାଙ୍କର ଗର୍ଭପାତ ହୋଇଥିଲା।

ସୂଚନା ଅନୁସାରେ, ରଞ୍ଜୁଙ୍କୁ ତାଙ୍କ ପଡ଼ୋଶୀ ହରିଶ ଏପ୍ରିଲ ୩ରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଘରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚ ସ୍ୱରରେ ଗୀତ ବାଜିବାକୁ ନେଇ ହରିଶ ଆପତ୍ତି କରିବା ପରେ ଅଭିଯୁକ୍ତ ଗୁଳି ଚଳାଇଥିଲା। ଡେପୁଟି କମିଶନର ପୋଲିସ ରବି କୁମାର ସିଂ କହିଛନ୍ତି ଯେ, ‘ମହିଳାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଥିଲା। ସେ ନଗର ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଶନିବାର ଦିନ ଆମେ ସୂଚନା ପାଇଛୁ ଯେ, ସେହି ଗର୍ଭବତୀ ମହିଳାଙ୍କର ମୃତ୍ୟୁ ହୋଇଛି।’

ସୂଚନା ପାଇବା ପରେ ପୋଲିସ ଏହି ମାମଲାରେ ଦାଖଲ ହୋଇଥିବା ଏଫଆଇଆରରେ ଭାରତୀୟ ଦଣ୍ଡବିଧି ସଂହିତା -୩୦୨ (ହତ୍ୟା) କୁ ଯୋଡିଛି। ପୋଲିସ କହିଛି ଯେ, ଏହି ମାମଲାରେ ଅଭିଯୁକ୍ତ ହରିଶ ଏବଂ ତାଙ୍କ ବନ୍ଧୁ ଅମିତଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଅମିତଙ୍କ ବନ୍ଧୁକ ବ୍ୟବହାର କରାଯାଇଥିଲା।

Get real time updates directly on you device, subscribe now.