fbpx

ନେପାଳରେ ୮ ଭାରତୀୟ ପର୍ଯ୍ୟଟକଙ୍କ ମୃତଦେହ ଉଦ୍ଧାର

ଦମନ,୨୧ ।୧: ନେପାଳର ପୋଖରାରେ ୮ ଭାରତୀୟ ନାଗରିକଙ୍କ ମୃତ ଶରୀର ଉଦ୍ଧାର ହୋଇଛି । ମୃତ ପର୍ଯ୍ୟଟକମାନେ କେରଳର ବାସିନ୍ଦା ଥିଲେ ବୋଲି ଜଣାପଡିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ହୋଟେଲରେ ଶୋଇଥିବା ବେଳେ ଗ୍ୟାସ୍ ଲିକ୍ ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ତେବେ ମୃତକଙ୍କ ମଧ୍ୟରେ ୨ ଦମ୍ପତ୍ତି ଓ ୪ ଜଣ ପିଲା ଥିଲେ । ସେମାନେ ୧୫ ଜଣ ଲୋକଙ୍କ ସହ ମିଶି କେରଳରୁ ନେପାଳର ପୋଖରା ବୁଲିବାକୁ ଯାଇଥିଲେ । ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ଆସନ୍ତାକାଲି ସ୍ୱଦେଶକୁ ଅଣାଯିବ ।

Get real time updates directly on you device, subscribe now.