fbpx

ଭାରତର ଏହି ପଡୋଶୀ ଦେଶରେ କୁକୁରକୁ ପୂଜା କରି ପାଳନ କରାଯାଏ ଦିପାବଳୀ, ରହିଛି ବହୁ ପୁରାତନ ପରମ୍ପରା..

ନୂଆଦିଲ୍ଲୀ:ଆଲୋକର ପର୍ବ ଦୀପାବଳୀ କେବଳ ଭାରତରେ ପାଳନ କରାଯାଏ ତାହା ନୁହେଁ । ଏହା ଜାପାନ, ଗୁଆନା, ମାଲେସିୟା, ମରିସସ୍‌, ମ୍ୟାନମାର, ସିଙ୍ଗାପୁର ଆଦି ଦେଶରେ ମଧ୍ୟ ପାଳନ କରାଯାଇଥାଏ । ତେବେ ଭାରତର ପଡୋଶୀ ଦେଶ ନେପାଳରେ ଏହା ଭିନ୍ନ ଢଙ୍ଗରେ ପାଳନ କରାଯାଏ । ଏଠାରେ କୁକୁରକୁ ପୂଜା କରାଯାଇ ଦୀପାବଳି ପର୍ବ ପାଳନ କରାଯିବାର ବହୁ ପୁରାତନ ପରମ୍ପରା ରହିଛି ।  ଏଠି ଦୀପାବଳି ୫ ଦିନ ଧରି ପାଳନ କରାଯାଉଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଦିନ କୁକୁରଙ୍କ ଉତ୍ସବ ଭାବେ ପାଳନ କରାଯାଏ । ଅର୍ଥାତ୍‌ ଦୀପାବଳି ପରଦିନ ଏହି ଉତ୍ସବ ଅବସରରେ କୁକୁରଙ୍କୁ ଫୁଲରେ ସଜାଇ ସେମାନଙ୍କ ମୁଣ୍ଡରେ ଟିକା ଲଗାଇ ଦିଆଯାଏ । ତା’ସହ ସେମାନଙ୍କୁ ସେମାନଙ୍କର ମନ ପସନ୍ଦ ଖାଦ୍ୟ ମଧ୍ୟ ପରସା ଯାଇଥାଏ । ତେବେ ମଣିଷ- କୁକୁରଙ୍କ ମଧ୍ୟରେ ସୁସମ୍ପର୍କ ପାଇଁ ଏହି ପୂଜା କରାଯାଏ ବୋଲି ସେମାନେ ମତ ଦିଅନ୍ତି । ଅନ୍ୟପଟେ କୁକୁରକୁ ଭୈରବଙ୍କ ଦୂତ କୁହାଯାଇଥାଏ । ତେଣୁ ଧନ୍‌ତେରାସ ଦିନରୁ ଏମାନଙ୍କର ପୂଜା କରାଯାଏ ।

Get real time updates directly on you device, subscribe now.