ମାମୁଁକୁ ଠେଙ୍ଗାରେ ପିଟିପିଟି ମାରିଦେଲା ଭଣଜା

ଭଣଜାର ଠେଙ୍ଗା ମାଡ଼ ସହିପାରିଲାନି ମାମୁଁ। ସର୍ବସମ୍ମୁଖରେ ପ୍ରାଣ ହାରିଲା।

କଣ୍ଟାବାଞ୍ଜି: ପୁଣି ଏକ ହତ୍ୟାକାଣ୍ଡ। ଭଣଜାର ଠେଙ୍ଗା ମାଡ଼ରେ ମାମୁଁ ମୃତ। ମାମୁଁ ଛିଡ଼ା ହୋଇଥିବା ବେଳେ, ପଛପଟୁ ଆସି ଏକ ଠେଙ୍ଗାରେ ମାମୁଁକୁ ପିଟି ଥିଲା ଭଣଜା। ଆଉ ଭଣଡାର ଶକ୍ତ ଠେଙ୍ଗା ମାଡ଼କୁ ସହିପାରିନଥିଲା ମାମୁଁ।

ସର୍ବସମ୍ମୁଖରେ, ଲୋକଙ୍କ ସାମ୍ନାରେ ମାମୁଁକୁ ପିଟିପିଟି ମାରିଦେଇଥିଲା ନୃଶଂସ ଭଣଜା। ଘରେ ଚାଲିଥିଲା ଅଷ୍ଟପ୍ରହରୀ। ବେଶ ଧୁମଧାମରେ ଚାଲିଥିଲା ନାମ ସଂକୀର୍ତ୍ତନ। ସମସ୍ତେ ଭଗବାନଙ୍କ ନାମ ଧରିଥିଲେ।

ଘରେ ଚାଲିଥିଲା ଉତ୍ସବର ଲହରୀ। ହେଲେ କାହି କିଛି ବୁଝିବା ଆଗରୁ ମାମୁଁକୁ ଆକ୍ରମଣ କରିଥିଲା ଭଣଜା। ଆଉ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି କଣ୍ଟାବାଞ୍ଜି ଜିଲ୍ଲା ମୁରିବାହାଲ ଥାନା କର୍ଲାପିଟା ଗାଁରେ। ଅଷ୍ଟପ୍ରହରୀ ଚାଲିଥିବା ବେଳେ ମାମୁଁକୁ ପଛପଟୁ ଆକ୍ରମଣ କରିଥିଲା ଭଣଜା।

ଅଭିଯୁକ୍ତକୁ ଏବେ ଅଟକ ରଖାଯାଇଛି। ହେଲେ କାହିଁକି ଭଣଜା ଜଣକ ମାମୁଁକୁ ଅତି ନିର୍ମମ ଭାବରେ ହତ୍ୟା କଲା ତାର କାରଣ କିନ୍ତୁ ଜଣା ପଡିନାହିଁ।