fbpx

ଦାଦା ଓ ଖୁଡୀକୁ ମାରି ମୃତ ଦେହକୁ କୂଅକୁ ଫିଙ୍ଗିଲା ପୁତୁରା

Advertisement

କଣ୍ଟାବାଂଜି,୬/୬(ଓଡିଶା ଭାସ୍କର): କୁଟ୍ରାବେଡା ଗାଁରେ ଡବଲ ମର୍ଡର ଘଟଣା ଘଟିଥିବା ସାମ୍ନାକୁ ଆସିଛି। ସେଠାରେ ଦାଦା ଖୁଡୀକୁ ମାରଣାସ୍ତ୍ରରେ ହାଣିଦେଇଛି ପୁତୁରା । ଜମିବାଡି ବିବାଦକୁ ନେଇ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ହତ୍ୟାପରେ ଦୁହିଁଙ୍କ ମୃତଦେହକୁ ଅଭିଯୁକ୍ତ ପୁତୁରା କୂଅକୁ ଫିଙ୍ଗି ଦେଇଥିବା ସୂଚନା ମିଳିଛି । ଏନେଇ ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଛି। ଏହାସହ ଅଭିଯୁକ୍ତ ପୁତୁରାକୁ ବଙ୍ଗୋମୁଣ୍ଡା ଥାନାରେ ଅଟକ ରଖାଯାଇଛି । ଅନ୍ୟପଟେ କୂଅରୁ ଦୁହିଁଙ୍କ ମୃତଦେହକୁ ଜବତ କରିଛି ପୋଲିସ । 

 

Get real time updates directly on you device, subscribe now.