fbpx

ଏକା ସାଙ୍ଗରେ ୨୫ଟି ସ୍କୁଲରେ ପଢାଉଥିଲେ ଶିକ୍ଷୟିତ୍ରୀ, ବର୍ଷକୁ ଦରମା ୧ କୋଟି

Advertisement

ଶିକ୍ଷୟିତ୍ରୀଙ୍କ ଦରମା ବର୍ଷକୁ ୧ କୋଟି । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏପରି ଏକ ଠକେଇ ମାମଲା ଉତ୍ତରପ୍ରଦେଶ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ ଆସିଛି । ଖବର ମୁତାବକ, ମେନପୁରୀ ବାସିନ୍ଦା ଅନାମିକା ଶୁକ୍ଲା ଜଣେ ବିଜ୍ଞାନ ଶିକ୍ଷୟତ୍ରୀ ଥିବା ବେଳେ ସେ ଏକାଥରେ ୨୫ଟି ସ୍କୁଲରେ ଚାକିରି କରୁଥିଲେ । ୧୩ ମାସ ଭିତରେ ୨୫ଟି ସ୍କୁଲରୁ ପ୍ରାୟ ୧ କୋଟି ଟଙ୍କାର ଦରମା ତାଙ୍କ ଆକାଉଣ୍ଟକୁ ଯାଇଥିବା ଜଣାପଡିଛି । ଘଟଣାର ଖୁଲାସା ହେବା ପରେ ଶିକ୍ଷା ବ୍ୟବସ୍ଥା ଉପରେ ଲୋକଙ୍କର ପ୍ରଶ୍ନ ଉଠିଛି । ଏହା ସହିତ ପ୍ରଶାସନ ପକ୍ଷରୁ ଯାଞ୍ଚର ଅନୁମତି ଦିଆଯାଇଛି ।

ଶିକ୍ଷା ବିଭାଗ ଅନୁସାରେ, ଶିକ୍ଷୟିତ୍ରୀଙ୍କ ଡିଜିଟାଲ ଡାଟାବେସ୍ ପ୍ରସ୍ତୁତ ବେଳେ ମାମଲାର ଖୁଲାସା ହୋଇଥିଲା । ଯାଞ୍ଚରୁ ଜଣାପଡିଥିଲା ଯେ ଅନାମିକା ଅନେକ ଦିନ ହେବ ୨୫ଟି ସ୍କୁଲରେ ଚାକିରି କରି ୧ କୋଟି ଟଙ୍କାରୁ ଅଧିକ ଦରମା ପାଇ ସାରିଛନ୍ତି । ମେନପୁରୀ ବାସିନ୍ଦା ଅନାମିକା କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ଜଏନ୍ କରିଥିଲେ । ସେଠାରେ କଣ୍ଟ୍ରାକ୍ଟ ଶିକ୍ଷକ ଓ ଶିକ୍ଷୟିତୀ ନିଯୁକ୍ତି ହେଉଥିବା ବେଳେ ସେମାନଙ୍କୁ ମାସକୁ ୩୦ ହଜାର ଦରମା ଦିଆଯାଏ । ସେହିପରି ଜିଲ୍ଲାର ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ କସ୍ତୁରବା ଗାନ୍ଧୀ ସ୍କୁଲ ରହିଛି । ଯାହାର ଫାଇଦା ଉଠାଇ ଅନାମିକା ଏକାସାଙ୍ଗରେ ୨୫ଟି ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ରହିବା ସହ ୧ କୋଟିରୁ ଅଧିକ ଦରମା ନେଇ ଠକେଇ କରିଛନ୍ତି ।

Get real time updates directly on you device, subscribe now.