fbpx

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁତୁରାଙ୍କୁ ଗିରଫ କଲା ଇଡି, ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା

ନୂଆଦିଲ୍ଲୀ: ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ ଥିବାବେଳେ ଏଭଳି ସ୍ଥିତିରେ କଂଗ୍ରେସକୁ ଲାଗିଛି ଝଟକା । ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀଙ୍କ ପୁତୁରା ଭୂପିନ୍ଦର ସିଂହ ହନୀଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଭୂପିନ୍ଦରଙ୍କ ନାମରେ ବେଆଇନ ଅର୍ଥ ଆଦାୟ ସମ୍ପର୍କିତ ଅନେକ ମନି ଲଣ୍ଡରିଂ ମାମଲା ରହିଥିଲା । ପ୍ରାୟ ୮ ଘଣ୍ଟା ଧରି ପଚରାଉଚରା କରିବା ପରେ ଭୂପିନ୍ଦରଙ୍କୁ ଇଡି ଗିରଫ କରିଛି । ତେବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଜଣେ ନିକଟ ସମ୍ପର୍କୀୟଙ୍କୁ ଗିରଫ କରାଯାଇଥିବାରୁ ଏନେଇ ରାଜନୀତି ସରଗରମ୍ ରହିଛି ।

ଦୁଇ ସପ୍ତାହ ପୂର୍ବରୁ ଭୂପିନ୍ଦର ଓ ତାଙ୍କର ଦୁଇଜଣ ସହଯୋଗୀଙ୍କ ବାସଭବନରେ ଇଡି ଚଢ଼ାଉ କରିଥିଲା । ଭୂପିନ୍ଦରଙ୍କ ଘରୁ ପାଖାପାଖି ୮ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ତାଙ୍କର ସହଯୋଗୀଙ୍କ ଠାରୁ ୨ କୋଟି ଜବତ କରାଯାଇଥିଲା । ନକଲି କମ୍ପାନୀ ତିଆରି କରି ମନି ଲଣ୍ଡରିଂ ଓ ଅବୈଧ ଖଣି ଖନନ ଆଦି ଆରୋପ ଏମାନଙ୍କ ନାମରେ ରହିଥିଲା । ତେବେ ନିର୍ବାଚନ ପୂର୍ବରୁ ଏହି ଚଢ଼ାଉ କରାଯାଇଥିବାରୁ ଏହାକୁ ରାଜନୀତିକରଣ କରାଯାଉଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଭଣଜା ଇଡି ରାଡାରକୁ ଆସିବା ପରେ ବିଜେପି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ।

Get real time updates directly on you device, subscribe now.