fbpx
BSKY
BJD MC SKY
BJD YOUTH SKY

ଆଫଗାନର ନୂଆ ଟ୍ରାଫିକ ପୋଲିସ, ନିୟମ ନମାନିଲେ ସିଧା ଗୁଳି !

ଓଡ଼ିଶା ଭାସ୍କର ବ୍ୟୁରୋ: ଆଫଗାନିସ୍ତାନ ଉପରେ ତାଲିବାନର କବ୍ଜା କରିବା ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ପାଲଟିଛି । ସୋସିଆଲ ମିଡିଆରେ ଅନେକ ଭୟାନକ ଭିଡିଓ ସେୟାର ମଧ୍ୟ ହେଉଛି । ଏହାରି ମଧ୍ୟରେ କିଛି ତାଲିବାନୀ ଆତଙ୍କୀଙ୍କ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଲୋକେ ନିଜର ହସ ରୋକିପାରି ନାହଁନ୍ତି ।

ନିକଟରେ ଆଫଗାନିସ୍ତାନର ସଡ଼କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ତାଲିବାନୀ ସଡ଼କରେ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ଦେଖାଯାଉଛି ଯେ ତାଲିବାନୀ ଜଣକ କାନ୍ଧରେ ବନ୍ଧୁକ ଟାଙ୍ଗିଛନ୍ତି ଏବଂ ହାତରେ ଏକ ଟ୍ରାଫିକ କଣ୍ଟୋଲ ପାଇଁ ଥିବା ସିଗ୍ନାଲ ମଧ୍ୟ ଧରିଛନ୍ତି, ଏବଂ ଆଶ୍ଚର୍ଯ୍ୟର ସହ ଆତ-ଯାତ କରୁଥିବା ଗାଡ଼ିକୁ ଦେଖୁଛନ୍ତି ।

ଖାଲି ସେତିକି ନୁହେଁ ସେ ଟ୍ରାଫିକ୍ ପୋଲିସର ଟୋପି ମଧ୍ୟ ପିନ୍ଧିଛନ୍ତି । ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ତାଙ୍କର ଏହି କାର୍ଯ୍ୟ ଦେଖିବାକୁ ମଜାଳିଆ । ଯାହାକୁ ଦେଖି ଲୋକେ ଏହାର ମଜା ନେଉଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓକୁ ଟ୍ୱିଟରରେ ଆଇପିଏସ ଅଧିକାରୀ ରୁପିନ ଶର୍ମା ସେୟାର କରିଛନ୍ତି । ଭିଡିଓ ସେୟାର କରି ସେ ଲେଖିଛନ୍ତି ଯେ ‘ଆଫଗାନ ଟ୍ରାଫିକ ପୋଲିସ, ଭୁଲର କୌଣସି ସ୍ଥାନ ନାହିଁ ।’

Get real time updates directly on you device, subscribe now.