fbpx
BSKY
BJD MC SKY
BJD YOUTH SKY

ODI ବିଶ୍ୱକପରେ ଲଜ୍ଜାଜନକ ରେକର୍ଡ କଲା ନେଦରଲାଣ୍ଡ: ଆଗକୁ ପଡ଼ିପାରେ ଖୁବ ମହଙ୍ଗା!

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ ୨୦୨୩ରେ ଭାରତ ପ୍ରତ୍ୟେକ ମ୍ୟାଚ ଜିତି ଏକ ରେକର୍ଡ ସୃଷ୍ଟି କରିଛି । ଏହାସହିତ ପ୍ରତ୍ୟେକ ମ୍ୟାଚରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି ଭାରତୀୟ କ୍ରିକେଟର । ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ ଖେଳିଥିବା ବେଳେ ୭ଟି ଯାକ ମ୍ୟାଚରେ ବିଜୟ ହୋଇ ପ୍ରଥମ ଦଳ ଭାବରେ ସେମି ଫାଇନାଲରେ ପହଞ୍ଚି ସାରିଛି । କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଆଉ ଏକ ଦଳ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି । ତେବେ ଏହି ଭୁଲକୁ ଯଥାଶୀଘ୍ର ସୁଧାରିବା ପାଇଁ ଚେଷ୍ଟା କରିବ ନେଦରଲାଣ୍ଡ ।

ଲକ୍ଷେ୍ନøର ଇକାନା କ୍ରିକେଟ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହୋଇଛନ୍ତି ନେଦରଲାଣ୍ଡ ଏବଂ ଆଫଗାନିସ୍ତାନ । ଏହି ମ୍ୟାଚରେ ନେଦରଲାଣ୍ଡର ଅଧିନାୟକ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ତେବେ ଭୁଲ ନିଷ୍ପତ୍ତିରେ ଦଳର ବ୍ୟାଟିଂ ଅର୍ଡର ଧ୍ୱସ୍ତ ହୋଇଯାଇଛି । ୨୦ ଓଭର ସୁଦ୍ଧା ଦଳ ନିଜର ୪ଟି ୱିକେଟ ହରାଇ ଏକ ଲଜ୍ଜାଜନକ ରେକର୍ଡ ନିଜ ନାମରେ କରିଛି ନେଦରଲାଣ୍ଡ । ଏହାସହିତ ଚଳିତ ବିଶ୍ୱକପ-୨୦୨୩ରେ ନେଦରଲାଣ୍ଡ ପ୍ରଥମ ୨୦ ଓଭରରେ ସର୍ବାଧିକ ୱିକେଟ ହରାଇବା ଦଳମାନଙ୍କ ତାଲିକାରେ ଶୀର୍ଷରେ ପହଞ୍ଚିଛି । ଟୁର୍ଣ୍ଣାମେଣ୍ଟରେ ଇନିଂସର ପ୍ରଥମ ୨୦ ଓଭରରେ ମୋଟ ୩୦ଟି ୱିକେଟ ହରାଇଛି ନେଦରଲାଣ୍ଡ ।

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଚମ୍ପିଆନ୍ ଦଳ ଇଂଲଣ୍ଡ । ଏହି ସମୟ ମଧ୍ୟରେ ଇଂଲଣ୍ଡ ମୋଟ ୨୬ଟି ୱିକେଟ ହରାଇଛି । ତେବେ ଇଂଲଣ୍ଡ ବ୍ୟତୀତ ବାଂଲାଦେଶ ମଧ୍ୟ ୨୬ଟି ୱିକେଟ ହରାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଶ୍ରୀଲଙ୍କା ଇନିଂସର ପ୍ରଥମ ୨୦ ଓଭର ଭିତରେ ୨୩ଟି ୱିକେଟ ହରାଇ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛି ।
ଆଫଗାନିସ୍ତାନ ବିପକ୍ଷ ଆଜିର ମ୍ୟାଚରେ ନେଦରଲାଣ୍ଡ ଷ୍ଟାର ବ୍ୟାଟର ସାଇବ୍ରାଣ୍ଡ ଏଞ୍ଜେଲବ୍ରେଚ ସର୍ବାଧିକ ୫୮ ରନ୍ କରିଥିବା ବେଳେ ଓପନର ମାକ୍ସ ଓଡାଉଡ୍ ୪୨ ରନ୍ ସଂଗ୍ରହ କରିଛନ୍ତି । ଉଭୟଙ୍କ ଏହି ଦମଦାର ଇନିଂସ ବଳରେ ଆଫଗାନିସ୍ତାନକୁ ୧୮୦ ରନର ଏକ ଛୋଟ ଲକ୍ଷ୍ୟ ଦେଇଛି ନେଦରଲାଣ୍ଡ ।

Get real time updates directly on you device, subscribe now.