fbpx

(video)ବିନା କୌଣସି ସୁରକ୍ଷାରେ ପୁଣି ଖିଲାଡି କୁମାର ଦେଖାଇଲେ ଭୟାନକ ଷ୍ଟଣ୍ଟ

Advertisement

ମୁମ୍ବାଇ: ଅକ୍ଷୟ କୁମାର ବଲିଉଡ୍ରେ ଖିଲାଡି କୁମାର ଭାବରେ ପରିଚିତ । ଏବେ ଅକ୍ଷୟ କୁମାର ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫ୍କୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏବେ ଖିଲାଡି କୁମାରଙ୍କର ପୁଣି ଥରେ ଭୟାନକ ଷ୍ଟଣ୍ଟ କରୁଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଅକ୍ଷୟ କୁମାରଙ୍କର ଏହି ଭୟାନକ ଷ୍ଟଣ୍ଟ ଦେଖି ଆପଣଙ୍କ ନିଃଶ୍ୱାସ ଅଟକିଯିବା ପରି ଲାଗିବ ।

ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଛି । ଖିଲାଡି କୁମାର ଲୋକଙ୍କୁ ପ୍ରଭାବିତ କରିବା ଲାଗି କୌଣସି ବି ସୁଯୋଗ ହାତଛଡା କରି ନ ଥାନ୍ତି । ଏହି ଭିଡିଓରେ ସେ ବିନା କୌଣସି ସୁରକ୍ଷାରେ ଦୀର୍ଘ ଡିଆଁ ମାରୁଥିବାର ନଜର ଆସୁଛନ୍ତି । ଗୋଟିଏ ଟ୍ରାକରୁ ଅନ୍ୟ ଏକ ଟ୍ରାକକୁ ସେ କୁଦାମାରୁଥିବାର ନଜର ଆସୁଛନ୍ତି । ଭିଡିଓରେ ଅକ୍ଷୟଙ୍କ ଆକ୍ସନ ମୋଡ୍ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି । ଏଠାରେ ସୂଚାଇ ଦିଆଯାଇପାରେ କି ବହୁ ଫିଲ୍ମଷ୍ଟାର ଷ୍ଟଣ୍ଟ କରିଥାନ୍ତି କିନ୍ତୁ ସେମାନଙ୍କ ସହ ଷ୍ଟଣ୍ଟ ମାଷ୍ଟର ଟିମ୍ ଥାଆନ୍ତି । ଫଳରେ ସେମାନଙ୍କ ଜୀବନ ପ୍ରତି କମ୍ ବିପଦ ରହିଥାଏ । କିନ୍ତୁ ଏଠି ମାମଲା ପୁରା ଓଲଟା ଅର୍ଥାତ୍ ଅକ୍ଷୟ କୁମାର ବିନା କୌଣସି ସୁରକ୍ଷାରେ ଏପରି ବିପଦପୂର୍ଣ୍ଣ ଷ୍ଟଣ୍ଟ କରିଛନ୍ତି ।

 

View this post on Instagram

 

A post shared by Akshay Kumar (@akshaykumar)

ଅକ୍ଷୟ କୁମାର ଏହି ଷ୍ଟଣ୍ଟର ଭିଡିଓ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଲାଇଟ୍, କ୍ୟାମେରା, ଆକ୍ସନ!! ସେ କହିଛନ୍ତି ଷ୍ଟଣ୍ଟ କୌଣସି ଫିଲ୍ମ ଲାଗି ହେଉ କି କୌଣସି ବିଜ୍ଞାପନ ଲାଗି ହେଉ ମୋତେ ଆକ୍ସନ କରିବାକୁ ବହୁତ ଭଲ ଲାଗେ । ଏକ ବ୍ରାଣ୍ଡ ଶୁଟ୍ ଲାଗି ମୋତେ ପୁଣି ଥରେ ଷ୍ଟଣ୍ଟ କରିବାର ସୁଯୋଗ ମିଳିଛି ।

Get real time updates directly on you device, subscribe now.