fbpx

NTAର ଘୋଷଣା: ୨୦୨୪-୨୫ ଶିକ୍ଷାବର୍ଷରେ ଦୁଇ ଥର ହେବ JEE Main, ହ୍ରାସ ପାଇଲା ଛାତ୍ରଛାତ୍ରୀଙ୍କ ଆବେଦନ ଫିସ୍

Advertisement

ନୂଆଦିଲ୍ଲୀ: ଆସନ୍ତା ଶିକ୍ଷାବର୍ଷ ୨୦୨୪-୨୫ରେ ୨ ଥର ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ମେନ) ଅନୁଷ୍ଠିତ ହେବ । ଜାନୁଆରୀ ୨୪ରୁ ଫେବୃଆରୀ ୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ହେବ । ସେଥିରେ ଓଡ଼ିଆ, ଇଂରାଜୀ, ହିନ୍ଦି ସମେତ ୧୩ଟି ଭାଷାରେ ପରୀକ୍ଷା କରାଯିବ । ସେହିପରି ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ହେବ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ତେବେ ଜେଇଇ ମେନ ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷା ପାଇଁ ଏନଟିଏ ପକ୍ଷରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ପ୍ରାର୍ଥୀମାନେ https://nta.ac.in/ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ତେବେ ଏଥର ଦେଶ ବାହାରର ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଫିସ୍ ହ୍ରାସ କରାଯାଇଛି । ଜେନେରାଲ-ଇଡବ୍ଲ୍ୟୁଏସ ଓ ଓବିସି-ଏନସିଏଲ ବର୍ଗର ପୁରୁଷ ଓ ମହିଳା ଆବେଦନକାରୀଙ୍କୁ ୪୫୦୦ ଓ ୪୦୦୦ ଟଙ୍କାର ଆବେଦନ ଫିସ୍ ଭରିବାକୁ ପଡ଼ିବ ।

ଗତ ବର୍ଷ ଭାରତ ବାହାରର ଯେଉଁ ପୁରୁଷ ପ୍ରାର୍ଥୀମାନେ ଆବେଦନ କରିଥିଲେ ସେମାନଙ୍କୁ ୫ ହଜାର ଟଙ୍କାର ଆବେଦନ ଫିସ୍ ଭରିବାକୁ ପଡ଼ିଥିଲା । ଛାତ୍ରଛାତ୍ରୀମାନେ ଜେଇଇ ମେନ୍ ପେପର-୧ ପରୀକ୍ଷା ଦେଇ ରାଙ୍କ ହାସଲ କରିବା ପରେ ବି.ଟେକ, ବି.ଇ ଓ ଜେଇଇ ମେନ ପେପର-୨ (ଏ) ଦେଇ ବି ଆର୍କ ଓ ପେପର-୨ (ବି) ଦେଇ ବି ପ୍ଲାନ ପଢ଼ିବା ପାଇଁ ଯୋଗ୍ୟତା ହାସଲ କରିପାରିବେ । ଏହାପରେ ଦେଶଷର ଥିବା ଏନଆଇଟି, ପ୍ରିପଲ ଆଇଟି, ବିଭିନ୍ନ ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ଆଡମିଶନ୍ ନେଇପାରିବେ ।

Get real time updates directly on you device, subscribe now.