fbpx
BJD
BJD SKY
BJD SKY

(Video)ସାପ ମୁହଁରୁ ବନ୍ଧୁ ଝିଟିପିଟିକୁ ବଞ୍ଚାଇଲା ବନ୍ଧୁ….ଦେଖନ୍ତୁ, ଏହି ହୃଦୟ ବିଦାରକ ଦୃଶ୍ୟ

ଓଡିଶା ଭାସ୍କର; କଥାରେ ଅଛି ବିପଦ ବେଳେ ସାଥ ଦେଉଥିବା ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ହେଲେ ବିପଦ ବେଳେ ଯିଏ ନିଜ ଜୀବନକୁ ବି ବାଜି ଲଗାଇ ବନ୍ଧୁଙ୍କୁ ସାଥ ଦେଉଥିବ ତାକୁ ବନ୍ଧୁ ନୁହେଁ ବରଂ ଭଗବାନ ବୋଲି କହିବା ଉଚିତ । ତେବେ ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଆଜି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଦେଖିବାକୁ ମିଳିଛି । ଯାହା ଆପଣ ଦେଖିବା ମାତ୍ରେ ହିଁ ବାସ୍ତବରେ ପ୍ରକୃତ ବନ୍ଧୁ କାହାକୁ କୁହାଯାଏ ତାହା ଜାଣିପାରିବେ ।

ସୂଚନା ଥାଉକି, ଏହି ଭିଡିଓଟିକୁ ସୁଶାନ୍ତ ନନ୍ଦ ନାମକ ଜଣେ ଭାରତୀୟ ବନ ସେବା ଅଧିକାରୀ ନିଜର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି କ୍ଲିପ୍‌ରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ଏକ ସାପ ଗୋଟିଏ ଝିଟିପିଟି ଖାଇବାକୁ ଚେଷ୍ଟା କରୁଛି । ଏହା ପରେ ଆଉ ଏକ ଝିଟିପିଟି ଆସି ସାପ ମୁହଁରୁ ନିଜ ବନ୍ଧୁ ଝିଟିପିଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି । ସାପ ବାରମ୍ବାର ଉକ୍ତ ଝିଟିପିଟିକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି ହେଲେ ଝିଟିପିଟି ଆଦୌ ଡରି ନ ଯାଇ ନିଜ ବନ୍ଧୁକୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ଏହା ପରେ ସାପର ଚୋଟରେ ମଧ୍ୟ ଏହି ଝିଟିପିଟିଟି ଆହତ ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ବନ୍ଧୁକୁ ବଞ୍ଚାଇବାର ପ୍ରୟାସ ଜାରି ରଖିଛି ବନ୍ଧୁ । ଯେତେବେଳେ ସାପ ବନ୍ଧୁ ଝିଟିପିଟିକୁ ଘୁଡାଇପକାଇ ଶିକାର କରିବାକୁ ଚେଷ୍ଟା କରୁଛି ସେତେବେଳେ ତାକୁ ସୁରକ୍ଷା ଦେବା ପାଇଁ ସାପକୁ ପ୍ରତିଆକ୍ରମଣ କରୁଛି ଦ୍ୱିତୀୟ ବନ୍ଧୁ ଝିଟିପିଟିଟି । ଏହା ପରେ ନିଜେ କ୍ଷତ ବିକ୍ଷତ ହୋଇ ବନ୍ଧୁର ଜୀବନ ବଞ୍ଚାଇବାରେ ସଫଳ ହୋଇଛି ଦ୍ୱିତୀୟ ବନ୍ଧୁ ଝିଟିପିଟି । ଶେଷରେ ଏଥିରେ ଦେଖା ଦେଇଛି ଯେ, ସାପକୁ କାନ୍ଥ ତଳକୁ ଖସାଇ ଦେଇ ନିଜେ ବି ସାପ ସହ ତଳକୁ ଖସି ପଡିଛି ଦ୍ୱିତୀୟ ବନ୍ଧୁ ଝିଟିପିଟି ।

ଆଇଏଫଏସ୍ ସୁଶାନ୍ତ ନନ୍ଦ ଏହି କ୍ଲିପଟିକୁ ନିଜ “ଏକ୍ସ”(ପୂର୍ବରୁ ଟୁଇଟର) ସେୟାର କରିଛନ୍ତି । ମାତ୍ର କେତେ ସେକେଣ୍ଡର ଏହି ଭିଡିଓରେ ବନ୍ଧୁର ଜୀବନ ବଞ୍ଚାଇବାକୁ ଶେଷରେ ନିଜ ଜୀବନକୁ ବାଜି ଲଗାଇ ଦେଇଛି ଦ୍ୱିତୀୟ ବନ୍ଧୁ । ଏହି ପୋଷ୍ଟଟିକୁ ସେୟାର କରି ସୁଶାନ୍ତ ଲେଖିଛନ୍ତି ଯେ, ଏହା ବିସ୍ମୟକର…ଆବଶ୍ୟକ ବେଳେ ବନ୍ଧୁ । ତେବେ ସେ ସେୟାର କରିଥିବା ଏହି ପୋଷ୍ଟଟି ସୋସିଆଲ ମିଡ଼ିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରକୃତ ବନ୍ଧୁତ୍ୱକୁ ନେଇ ଅନେକ ଜଣ ଏହି ପୋଷ୍ଟଟିକୁ ଲାଇକ୍, ସେୟାର ଓ କମେଣ୍ଟ ଦେଉଥିବା ଦେଖିବାକୁ ମିଳୁଛି ।

 

Get real time updates directly on you device, subscribe now.