fbpx
BJD SKY
BJD SKY

ମହାତ୍ମା ଗାନ୍ଧୀଙ୍କ ଭାରତରୁ ଏମିତି ଆଶା କରିନଥିଲି; ନିର୍ବାସିତ ହେବା ପରେ କହିଲେ ଆଫଗାନୀ ମହିଳା ସାଂସଦ

BJD

ନୂଆଦିଲ୍ଳୀ: ଭାରତରୁ ନିର୍ବାସିତ ହେବା ପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଫଗାନୀ ମହିଳା ସାଂସଦ ରଙ୍ଗିନା କାର୍ଗର । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ କାର୍ଗରଙ୍କୁ ନିର୍ବାସିତ କରାଯାଇଥିଲା । ମହାତ୍ମା ଗାନ୍ଧୀଙ୍କ ଭାରତ ଠାରୁ ଏମିତି ଆଶା ନଥିଲା ବୋଲି ନିର୍ବାସିତ ହେବା ପରେ ମତ ଦେଇଛନ୍ତି ରଙ୍ଗିନା କାର୍ଗର । ଦୁଇ ଘଣ୍ଟା ଧରି ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରହିବା ପରେ ତାଙ୍କୁ ନିର୍ବାସିତ କରାଯାଇଥିଲା ।

ଅଗଷ୍ଟ ୨୦ ତାରିଖରେ କାର୍ଗର ଇସ୍ତାନବୁଲରୁ ନୂଆଦିଲ୍ଳୀ ଆସିଥିଲେ । ମାତ୍ର ଦୁଇ ଘଣ୍ଟା ରହିବା ପରେ ମଧ୍ୟ କାର୍ଗର ନିଜର ଇମିଗ୍ରେସନ କ୍ଲିଅର କରିବାରେ ବିଫଳ ହୋଇଥିଲେ । ଏହାପରେ କାର୍ଗରଙ୍କୁ ପୁନର୍ବାର ଇସ୍ତାନବୁଲ ପଠାଇ ଦିଆଯାଇଥିଲା । ପୂର୍ବରୁ ସମାନ ପାସପୋର୍ଟରେ ସେ ଏକାଧିକ ଥର ଭାରତ ଗସ୍ତ କରିଥିବା ବେଳେ ଚଳିତ ଥର ତାଙ୍କୁ ଇମିଗ୍ରେସନରେ ଅଟକ ରଖାଯାଇଥିଲା । ତେବେ ଗାନ୍ଧଙ୍କ ଭାରତରେ ଜଣେ ମହିଳା ଓ ଜଣେ ସାଂସଦଙ୍କ ପ୍ରତି ଯେଉଁଭଳି ଭାବରେ ବ୍ୟବହାର କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କାର୍ଗର କହିଛନ୍ତି । ମଜର ଏ ଶରିଫ ଜନ୍ମିତ ୩୬ ବର୍ଷୀୟ କାର୍ଗର ଜଣେ ତୁମର୍କୀ ନାଗରିକ । କାର୍ଗରଙ୍କ ନିକଟରେ ରାଜନୈତିକ ଭିସା ରହିଥିବା ବେଳେ ଭାରତ ଯାତ୍ରା ପାଇଁ ତାଙ୍କୁ ଭାରତ ଗସ୍ତ ପାଇଁ ଭିସାର ଆବଶ୍ୟକତା ପଡିନଥାଏ । ବର୍ତ୍ତମାନ ଆଫଗାନିସ୍ତାନ ପାଇଁ ସମସ୍ତ ବିମାନ ବାତିଲ ହୋଇଥିବା ବେଳେ ତାଙ୍କୁ ଇସ୍ତାନବୁଲରେ ଅଟକ ରହିବାକୁ ପଡିଛି ବୋଲି କାର୍ଗର କହିଛନ୍ତି ।

Get real time updates directly on you device, subscribe now.