fbpx

ଆଜି ଚିହ୍ନଟ ହୋଇଥିବା ୧୭ଜଣଙ୍କ ମଧ୍ୟରୁ ୧୬ଜଣ ସୁରତ ଫେରନ୍ତା

ଭୁବନେଶ୍ୱର, ୯ା୫(ଓଡ଼ିଶା ଭାସ୍କର): ଆଜି ସକାଳେ ରାଜ୍ୟରେ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ୧୭ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୬ଜଣ ସୁରତ ଫେରନ୍ତା । ସୁରତରୁ ଫେରିଥିବା ୧୬ଜଣ ଯାକ ପୁରୁଷ ବୋଲି ଜଣାପଡ଼ିଛି । ୧୬ଜଣଙ୍କ ମଧ୍ୟରେ ଗଞ୍ଜାମର ୧୨ଜଣ, ଭଦ୍ରକର ଜଣେ, ମୟୁରଭଞ୍ଜର ୩ଜଣ ପୁରୁଷ । ୧୭ନମ୍ବର ଆକ୍ରାନ୍ତ ଜଣକ ରାଉରକେଲା କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୩ଜଣ ସୁସ୍ଥ ହୋଇଛନ୍ତି ଓ ୨ଜଣଙ୍କର ମୃତ୍ୟୁ ହୋଇଛି । ଏବେ ଓଡ଼ିଶାରେ ୨୨୪ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି ।

Get real time updates directly on you device, subscribe now.