ଆଧାର ଆପର ଫାଇଦା.. ହସ୍ପିଟାଲରୁ ପରୀକ୍ଷା ସେଣ୍ଟର ପର୍ଯ୍ୟନ୍ତ ବଦଳିବ ବ୍ୟବହାର ଉପାୟ

ଆଜିକାଲି ଅନେକ ସେବାରେ ଆଧାର ବ୍ୟବହାର କରାଯାଉଥିବାରୁ ଏହି ଆପକୁ ଭାରତ ପାଇଁ ଏକ ଗେମ୍ ଚେଞ୍ଜର କୁହାଯାଉଛି। ନୂତନ ଆପ୍ ଶୀଘ୍ର ଯାଞ୍ଚ ସମାପ୍ତ କରିବାରେ ସହାୟକ ହେବ ।

ନୂଆଦିଲ୍ଲୀ: ଆଧାର କାର୍ଡର ବ୍ୟବହାରକୁ ସହଜ କରିବା ପାଇଁ ଏକ ନୂତନ ଆଧାର ଆପ୍ ଲଞ୍ଚ କରାଯାଇଛି। ଆପ୍ ମାଧ୍ୟମରେ ଲୋକଙ୍କ ଯାଞ୍ଚ ଜଲଦି କରାଯିବ ବୋଲି ଦାବି କରାଯାଇଛି।

ୟୁପିଆଇ ପେମେଣ୍ଟ ପରି ଏହା ସହଜ ହେବ । ଠିକ୍ ଯେପରି ଆପଣ ଜଣେ ଦୋକାନୀଙ୍କୁ ପେମେଣ୍ଟ ଦେବା ପାଇଁ ଆପଣଙ୍କ ଫୋନରୁ ଏକ ସ୍କାନ୍ କରନ୍ତି, ସେହିଭଳି ଆଗାମୀ ଦିନରେ, ଆପଣ ନିଜ ଫୋନରୁ ଏକ ସ୍କାନ୍ କରି ଆପଣଙ୍କର ପରିଚୟ ପ୍ରମାଣ କରିବାକୁ ସମର୍ଥ ହେବେ ।

ଆଜିକାଲି ଅନେକ ସେବାରେ ଆଧାର ବ୍ୟବହାର କରାଯାଉଥିବାରୁ ଏହି ଆପକୁ ଭାରତ ପାଇଁ ଏକ ଗେମ୍ ଚେଞ୍ଜର କୁହାଯାଉଛି। ନୂତନ ଆପ୍ ଶୀଘ୍ର ଯାଞ୍ଚ ସମାପ୍ତ କରିବାରେ ସହାୟକ ହେବ ।

ଆସନ୍ତୁ ଜାଣିବା ନୂଆ ଆଧାର ଆପର ଲାଭ କ’ଣ ନୂଆ ଆପର ନାମ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ହେଲେ କିଛି ରିପୋଟର୍ସରେ କୁହାଯାଇଛି କି ଏମ୍‌- ଆଧାର ଆପକୁ ହିଁ ଅପଡେଟ୍ କରାଯାଇଛି। ନୂଆ ଆପ UIDAI ଦ୍ୱାରା ତିଆରି ହୋଇଛି।

ଆପର ସାହାର୍ଯ୍ୟରେ କୌଣସି ବ୍ୟକ୍ତିର ପରିଚୟ ଯାଞ୍ଚ ଜଲଦି କରାଯାଇପାରିବ। ଏହା ଜାଣିବାରେ ସାହାର୍ଯ୍ୟ କରିବ ସାମ୍ନା ଲୋକ ପରଚିୟ ସଠିକ୍ ନା ନାହିଁ। ଠକେଇକୁ ରୋକିବାରେ ଏହା ସାହାର୍ଯ୍ୟ କରିବ।

ଆପର ଫାଇଦା: ହୋଟେଲ, ରିସେପନ୍ସ, ଦୋକାନ, ବ୍ୟାଙ୍କରେ ଆଧାର କାର୍ଡର ଫଟୋ କପି ଦେଖାଇବାକୁ ପଡ଼ିବନି।

କ୍ୟୁ-ଆର କୋର୍ଡ ସ୍କାନ କରି ଯାଞ୍ଚ କରାଯାଇପାରିବ। ଏହାଦ୍ୱାରା ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଗୋପନ ରହିବ।

ଆପଣଙ୍କୁ ଆଧାର ଯାଞ୍ଚ କରିବା ପାଇଁ ଫିଙ୍ଗର ପ୍ରିଣ୍ଟ କିମ୍ବା ଆଇରିସ ସ୍କାନର ଦେବାକୁ ପଡ଼ିବନି।

କେହି ବି ଆପଣଙ୍କ ଆଧାର ଦୂରୁପଯୋଗ କରି ଠକାମି କରିପାରିବେନି।