ଓଡ଼ିଶା ଭାସ୍କର: ଡିସେମ୍ବର ମାସ ସରି ଆସିଲାଣି । ଏବେ ସାରା ଦୁନିଆ ନୂଆବର୍ଷ ଏବଂ କ୍ରିସମାସ ପର୍ବ ପାଳନ କରିବା ପାଇଁ ଅପେକ୍ଷା କରି ରହିଛି । କେବଳ ସେତିକି ନୁହେଁ, ଏହି ୨ଟି ଦିନ ସେଲିବ୍ରେସନ କରିବା ପାଇଁ ଜୋରଦାର ପ୍ଲାନିଙ୍ଗ ଆରମ୍ଭ ହୋଇସାରିଛି । ଏହାଭିତରେ ସେଲିବ୍ରେସନ ପାଇଁ ସରକାର ଦେଇଛନ୍ତି ଆଉ ଏକ ଖୁସି ଖବର । କ୍ରିସମାସ ଏବଂ ନୂଆବର୍ଷ ସେଲିବ୍ରେସନକୁ ଆହୁରି ସ୍ପେସାଲ କରିବାକୁ ଏଗ ବଡ଼ ଘୋଷଣା କରିଛନ୍ତି ସରକାର । ବିଶେଷକରି ଏହି ସେଲିବ୍ରେସନରେ ମଦ ପିଇବା ପାଇଁ ଏକ ବଡ଼ ସମସ୍ୟାର ସମାଧାନ କରିଛନ୍ତି ରାଜ୍ୟ ସରକାର । ତେଣୁ ଏଥର କ୍ରିସମାସ ଓ ନୂଆବର୍ଷ ସେଲିବ୍ରେସନ ଆହୁରି ମଜାଦାର ହେବ ବୋଲି ଆଶା କରାଯାଉଛି ।
କ୍ରିସମାସକୁ ଆଉ ମାତ୍ର ୧୦ ଦିନ ବାକି ଥିବା ବେଳେ ନୂଆବର୍ଷ ପାଇଁ ୨ ସପ୍ତାହ ବାକି ରହିଛି । କିନ୍ତୁ ଏଥିପାଇଁ ପ୍ଲାନିଙ୍ଗ ଆରମ୍ଭ ହୋଇସାରିଛି । ଏହାପୂର୍ବରୁ ଏକ ବଡ଼ ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏହି ଦୁଇଟି ଦିନରେ ରାଜ୍ୟରେ ମଦ ଦୋକାନ ବନ୍ଦ କରିବା ସମୟରେ କୋହଳ କରିଛନ୍ତି । ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ଅବକାରୀ ବିଭାଗ ସଚିବ ଡା. ଆଦର୍ଶ ସିଂହ । ଏହି ନୋଟିସ ଅନୁସାରେ, କ୍ରିସମାସ ଏବଂ ନୂଆବର୍ଷରେ ମଦ କିଣିବା ପାଇଁ ଦୋକାନ ଅଧିକ ସମୟ ଖୋଲା ରହଖିପାରିବେ ବ୍ୟବସାୟୀ ।
ଏହି ନିୟମ ଅନୁସାରେ, କ୍ରିସମାସ ପୂର୍ବ ଦିନ (୨୪ ତାରିଖ) ଏବଂ ଡିସେମ୍ବର ୨୫ ତାରିଖରେ ମଦ ଦୋକାନ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିପାରିବ । ସେହିପରି ନୂଆବର୍ଷରେ ମଧ୍ୟ ଡିସେମ୍ବର ୩୧ ତାରିଖ ଏବଂ ଜାନୁୟାରୀ ୧ ତାରିଖରେ ରାତି ୧୧ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ସରକାର ରାତି ୧୦ଟା ପରେ ମଦ ଦୋକାନ ଖୋଲିବା ଉପରେ ରୋକ ଲଗାଇଛନ୍ତି । କିନ୍ତୁ କେବଳ କ୍ରିସମାସ ଏବଂ ନୂଆବର୍ଷ ଉତ୍ସବ ପାଇଁ ଏହି ସମୟସୀମାରେ ୧ ଘଣ୍ଟା କୋହଳ କରାଯାଇଛି ।
ରିପୋର୍ଟ ଅନୁସାରେ, ୨୦୨୩ ମସିହା କ୍ରିସମାସ ଏବଂ ନୂଆବର୍ଷରେ ଦେଶରେ ମଦ ବିକ୍ରି ହାର ୨୦% ବୃଦ୍ଧି ପାଇଥିଲା । କେବଳ ଗାଜିଆବାଦରେ ୨୦୨୨ ତୁଳନାରେ ୨୦୨୩ରେ ୧୪ ପ୍ରତିଶତ ଅଦିକ ମଦ ବିକ୍ରି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଚଳିତବର୍ଷ ମଦ ଦୋକାନ ବନ୍ଦ କରିବାର ସମୟ ବୃଦ୍ଧି କରାଇଛନ୍ତି । ୨୦୨୩ ଆର୍ଥିକ ବର୍ଷରେ ଉତ୍ତରପ୍ରଦେଶ ସରକାର କେବଳ ମଦ ବିକ୍ରୟରୁ ୪୨ ହଜାର ୨୫୦ କୋଟି ଟଙ୍କା ଆୟ କରିଥିଲେ, ଯାହା ୨୦୧୭-୧୮ ମସିହାରେ ମାତ୍ର ୧୪ ହଜାର କୋଟି ଟଙ୍କା ଥିଲା।