fbpx

ଆସୁଛି ଗୋଟିଏ ନୂଆ ବ୍ୟାଙ୍କ, RBI ଦେଲା ଲାଇସେନ୍ସ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସେଣ୍ଟ୍ରାଲ ଫାଇନାନ୍ସିଆଲ ସର୍ଭିସେସ୍ ଲିମିଟେଡ ଓ ଭାରତ ପେ’ର କନସୋର୍ଟିୟମକୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ (ଏସଏଫବି) ଭାବେ ଲାଇସେନ୍ସ ପ୍ରଦାନ କରିଛି । ବିଗତ ପ୍ରାୟ ୬ ବର୍ଷ ପରେ ନୂଆ ବ୍ୟାଙ୍କକୁ ଲାଇସେନ୍ସ ଦିଆଯାଇଥିବା ସେଣ୍ଟ୍ରମ ପକ୍ଷରୁ କୁହାଯାଇଛି । ତେବେ ଆରବିଆଇ ଏହି ଦୁଇଟି ସଂସ୍ଥା ଉପରେ ଭରସା ରଖି ଏହି କ୍ଷମତା ପ୍ରଦାନ କରିଥିବାରୁ ଦୁଇ ସଂସ୍ଥା ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି ।

ନୂଆ ଏସଏଫବିର ନାମ ୟୁନିଟି ସ୍ମଲ ଫାଇନାନ୍ସ ବ୍ୟାଙ୍କ ରହିବ । ୟୁନିଟି ନାମ ଏଣିକି ଉଭୟ ସେଣ୍ଟ୍ରମ ଓ ଭାରତ ପେ ପାଇଁ ଖୁବ୍ ମହତ୍ତ୍ୱ ରଖିବ । ପ୍ରଥମ ଥର ପାଇଁ ଦୁଇ ସଂସ୍ଥାକୁ ଏକତ୍ର କରି ଏକ ବ୍ୟାଙ୍କ ସ୍ଥାପନ କରାଯାଇଛି । ତେବେ ସେଣ୍ଟ୍ରମର ଏମଏସଏମଇ ଓ ମାଇକ୍ରୋ ଫାଇନାନ୍ସ ବ୍ୟବସ୍ଥାକୁ ୟୁନିଟି ଏସଏଫବିରେ ମିଶ୍ରଣ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.