fbpx

ଆଜି ‘Gati Shakti Yojana’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ଦେଶରେ ରୋଜଗାର ସୃଷ୍ଟି ପାଇଁ ୧୦୦ ଲକ୍ଷ କୋଟିର ପ୍ୟାକେଜ୍

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତି ଶକ୍ତି ଯୋଜନାର ଶୁଭାରମ୍ଭ କରିବେ । ଏହି ଯୋଜନା ଦେଶ ପାଇଁ ଏକ ମାଷ୍ଟର ପ୍ଲାନ ହୋଇଥିବା ବେଳେ ଇନଫ୍ରାଷ୍ଟ୍ରକଚର କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । କରୋନା ମହାମାରୀର ଦ୍ୱିତୀୟର ଲହର ପରେ ଦେଶରେ ଅର୍ଥବ୍ୟବସ୍ଥା ଦ୍ରୁତଗତିରେ ପୂର୍ବାବସ୍ଥାକୁ ଫେରୁଛି । ତେଣୁ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଲଞ୍ଚ କରିବାକୁ ଯାଉଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ୧୦୦ ଲକ୍ଷ କୋଟିର ଯୋଜନା ଦେଶବାସୀଙ୍କୁ ସମର୍ପଣ କରିବେ । ଏହି ଯୋଜନା ମାଧ୍ୟମରେ ଦେଶର ନାଗରିକଙ୍କୁ ରୋଜଗାର ମିଳିବ । ରେଲୱେ, ସଡ଼କ ଓ ରାଜପଥ, ପେଟ୍ରୋଲିୟମ ଓ ଗ୍ୟାସ, ବିଜୁଳି, ଦୂରସଞ୍ଚାର, ନୌବାହିନୀ, ବିମାନ ଆଦି କ୍ଷେତ୍ର ସହ କେନ୍ଦ୍ର ସରକାରଙ୍କ ୧୬ଟି ବିଭାଗକୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଗତ ଅଗଷ୍ଟ ୧୫ ଅବସରରେ ଘୋଷଣା କରିଥିଲେ ।

Get real time updates directly on you device, subscribe now.