fbpx

ଶ୍ରମିକ ଟ୍ରେନରେ ଜନ୍ମିତ ଶିଶୁର ନାମ ‘କରୋନା କୁମାରୀ’

ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଘରକୁ ଫେରିବା ଆନନ୍ଦ ସହ ନବଜାତ ଶିଶୁର ଜନ୍ମକୁ ନେଇ ଦ୍ୱିଗୁଣିତ ହେଉଛି ଖୁସି । ମେ ୧ ରୁ ବର୍ତ୍ତମାନ ସୁଦ୍ଧା ଶ୍ରମିକ ଟ୍ରେନରେ ୩୦ଟି ଶୁଶି ଜନ୍ମ ନେଇସାରିଲେଣି । ସେହିପରି ଗତ ସୋମବାର ଦିନ ୨୩ ବର୍ଷର ସଙ୍ଗୀତା ଓ ୨୭ ବର୍ଷର ମଧୁ ନାମକ ଦୁଇ ଗର୍ଭବତୀ ମହିଳା ଶ୍ରମିକ ଟ୍ରେନରେ ଘରକୁ ଫେରୁଥିଲେ । ବାଙ୍ଗୁଲୁରରୁ ଉତ୍ତରପ୍ରଦେଶ ନିଜ ଘରକୁ ଫେରୁଥିବା ସମୟରେ ହିଁ ସଙ୍ଗୀତା ଟ୍ରେନରେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ । ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଟ୍ରେନରେ ଜନ୍ମ ହୋଇଥିବା ସମସ୍ତ ଶିଶୁ ଓ ତାଙ୍କ ମା’ମାନେ ସୁସ୍ଥ ଅଛନ୍ତି ବୋଲି ରେଳ ପ୍ରବକ୍ତା ଆରଡି ବାଜପେଇ କହିଛନ୍ତି । ଏହା ସହିତ ଜାମନଗରରୁ ବିହାର ଯାଉଥିବା ବେଳେ ମମତା ଯାଦବ ନାମକ ଜଣେ ଗର୍ଭବତୀ ମହିଳା ଟ୍ରେନରେ ପ୍ରସବ କରାଇଥିଲେ । ଏପରିକି ମମତା ନିଜ ଜନ୍ମିତ ନବଜାତ ଶିଶୁକନ୍ୟାର ନାମ କରୋନା କୁମାରୀ ରଖିଥିଲେ । ସେହିଭଳି ସବୁ ପିଲାଙ୍କ ଜନ୍ମ କାହାଣୀ ମଧ୍ୟ ଆକର୍ଷଣୀୟ ହୋଇଛି । ଆଉ ଜଣେ ଶିଶୁର ନାମ ଲକଡାଉନ ଯାଦବ ରଖାଇଯାଇଛି ।

Get real time updates directly on you device, subscribe now.