fbpx

କଟକରେ ହେବ ନୂଆ ସିଡିଏ

କଟକ,୧୩ ।୧୨(ଓଡିଶା ଭାସ୍କର): କଟକ ମହାନଦୀ ପଠାରେ ଅତ୍ୟାଧୁନିକ ରେସିଡେନସିଆଲ କମ୍ପେ୍ଲକ୍ସ ନିର୍ମାଣ ହେବାକୁ ଯାଉଛି । ବାଲିଯାତ୍ରା ଯୋବ୍ରା ମହାନଦୀ ପଠାରେ ବାହାରିବ ପ୍ରାୟ ୪୦୦ ଏକର ନୂଆ ଜାଗା । ହାଡିଆ ପଠାରେ ୪୦୦ ଏକକ ସ୍ଥାନରେ ନିର୍ମାଣ ହେବ ଏହି ପ୍ରୋଜେକ୍ଟ । ଏସିବିର ନୂତନ କ୍ୟାମ୍ପସ, ବାଲିଯାତ୍ରା ପାଇଁ ଭିତ୍ତିଭୂମି ରହିବ । ସରକାରୀ ଅଫିସ ସହ ଗୃହ, ପ୍ରେକ୍ଷାଳୟ, ପାର୍କ ଓ ମାକେର୍ଟ କମ୍ପେ୍ଲକ୍ସ ମଧ୍ୟ ରହିବ । ନୂଆ ଜାଗାରେ ସ୍ପୋଟର୍ସ ଓ ୱାର୍ଟର ସ୍ପୋର୍ଟ୍ସ କମ୍ପେ୍ଲକ୍ସ ରହିବ । ସ୍ଥାନ ପରିଦର୍ଶନ ପରେ ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

Get real time updates directly on you device, subscribe now.