fbpx

ବାତିଲ ହେଲା ଭାରତ-ଜାପାନ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ, ୧୩ା୧୨: ଭାରତ ଓ ଜାପାନ ମଧ୍ୟରେ ହେବାକୁ ଥିବା ଶିଖର ସମ୍ମିଳନୀ ଆଜି ବାତିଲ ହୋଇଥିବା ସୂଚନା ମିଳିଛି । ଗୁଆହାଟିରେ ଭାରତ-ଜାପାନ ଶିଖର ସମ୍ମିଳନୀ ହୋଇଥାନ୍ତା । ନାଗରିକତା ସଂଶୋଧନ ବିଲ ନେଇ ଗୁଆହାଟିରେ ଅଶାନ୍ତି ଯୋଗୁଁ ଏହି ସମ୍ମିଳନୀ ବାତିଲ ହୋଇଥିବା ଜଣାପଡ଼ିଛି । ଏହାସହ ଜାପାନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ମଧ୍ୟ ବାତିଲ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ବିଲ ଲୋକସଭାରେ ବହୁ ମତରେ ପାରିତ ହେବା ପରେ ରାଜ୍ୟସଭାରେ ମଧ୍ୟ ବହୁ ତର୍କ ବିତର୍କରେ ପରେ ମଧ୍ୟ ବିଲଟି ପାସ ହୋଇଥିଲା । ଗତକାଲି ମଧ୍ୟ ନାଗରିକତା ସଂଶୋଧନ ବିଲ ଉପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମୋହର ମାରିବା ପରେ ତାହା ଆଇନରେ ପରିଣତ ହୋଇଯାଇଛି । ଏନେଇ କେତେକ ଜାଗାରେ ଅସନ୍ତୋଷ ସହ ଅଶାନ୍ତି ଦେଖା ଦେଇଛି ।

Get real time updates directly on you device, subscribe now.