fbpx

୨୦୨୦ରେ ଚମକିବ ଏହି ୨ ରାଶିର ଭାଗ୍ୟ, ଜାଣନ୍ତୁ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ?

ଆସନ୍ତା ୨୦୨୦ ବର୍ଷ ଆପଣଙ୍କ ପାଇଁ କିପରି ରହିବ ଜାଣିବାକୁ ଚାହୁଁଛନ୍ତି କି ? ନୂଆ ବର୍ଷରେ କେଉଁ ସାମଗ୍ରୀ ଆପଣଙ୍କୁ ଲାଭ ଦାୟକ ହେବ ଓ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ହେବ ଜାଣିବାକୁ ଚାହୁଁଥିଲେ ପଢନ୍ତୁ ..

ମେଷ – ୨୦୨୦ରେ ମେଷ ରାଶି ବ୍ୟକ୍ତିଙ୍କ ପାଇଁ ଲାଲ୍ ରଙ୍ଗ ଶୁଭ ହେବ । ଏହି ରଙ୍ଗର ବସ୍ତ୍ର ବା ସାମଗ୍ରୀ ଆପଣଙ୍କୁ ଲାଭ ଦେବ । ଆଗାମୀ ବର୍ଷରେ ଏହି ରଙ୍ଗ ଆପଣଙ୍କୁ ଭଲ ସଂକେତ ଦେବ । ମେଷ ରାଶିର ଭାଗ୍ୟ ପ୍ରତିଶତ ୮୫ । ଏହି ବର୍ଷ ଆପଣଙ୍କ ଭାଗ୍ୟ ପାଇଁ ବହୁ ଚମତ୍କାର ଆଣିଦେବ ।

ବୃଷ – ବୃଷ ରାଶିଙ୍କ ପାଇଁ ଧଳା ରଙ୍ଗ ଅତ୍ୟନ୍ତ ଶୁଭ । ଏହି ରଙ୍ଗ ଆପଣଙ୍କ ଜୀବନରେ ଶାନ୍ତି ଓ ସଫଳତାର ପ୍ରତୀକ ହେବ । ଏହି ରାଶିର ଭାଗ୍ୟ ପ୍ରତିଶତ ୬୫ ହେବ । ଆଗାମୀ ବର୍ଷ ଆପଣଙ୍କ ପାଇଁ ସାମାନ୍ୟରୁ ଟିକେ ଭଲ ହେବ ।

ମିଥୁନ – ମିଥୁନ ରାଶିର ବ୍ୟକ୍ତଙ୍କ ପାଇଁ ସବୁଜ ରଙ୍ଗ ଶୁଭ ହେବ । ସବୁଜ ରଙ୍ଗ ଆପଣଙ୍କ ଜୀବନରେ ଖୁସି ଆଣିବା ସହ ଅସମ୍ପୂର୍ଣ୍ଣ କାମକୁ ସହଜରେ ଶେଷ କରିବ । ଆପଣଙ୍କ ଭାଗ୍ୟ ପ୍ରତିଶତ ୭୦ ହେବ ।

କର୍କଟ – କର୍କଟ ରାଶିର ଲୋକଙ୍କ ପାଇଁ ବାଇଗଣୀ ରଙ୍ଗ ଶୁଭ ହେବ । ବାଇଗଣ ରଙ୍ଗ ଦ୍ୱାରା ଆପଣଙ୍କ ରୋଗ ଓ କଷ୍ଟ ଦୂର ହୋଇଯିବ । ଏହି ରଙ୍ଗ ବର୍ଷସାରା ଆପଣଙ୍କ ପାଇଁ ଶୁଭ ହେବ । ଆପଣଙ୍କ ଭାଗ୍ୟ ପ୍ରତିଶତ ୭୫ ହେବ ।

ସିଂହ – ସିଂହ ରାଶି ଲୋକଙ୍କ ପାଇଁ ଗୋଲାପୀ ରଙ୍ଗ ବେଶ୍ ଶୁଭ । ଏହି ରଙ୍ଗ ଆପଣଙ୍କ ଜୀବନରେ ପ୍ରେମର ରଙ୍ଗ ଭରିଦେବ । ଆପଣ ଏହି ରଙ୍ଗର ଓଢଣୀ, ପର୍ସ ଓ ବ୍ରେସଲେଟ ବ୍ୟବହାର କରିପାରିବେ । ଆପଣଙ୍କ ଭାଗ୍ୟ ପ୍ରତିଶତ ୭୦ ହେବ ।

କନ୍ୟା – କନ୍ୟା ରାଶି ବ୍ୟକ୍ତଙ୍କ ପାଇଁ ଲାଇଟ୍ ଗ୍ରୀନ୍(ସବୁଜ) ରଙ୍ଗ ଶୁଭ ହେବ । ଏହି ରଙ୍ଗ ଆପଣଙ୍କୁ ସଠିକ୍ ରାସ୍ତା ଦେଖାଇବାରେ ସାହାର୍ଯ୍ୟ କରିବ । ଆପଣଙ୍କ ଭାଗ୍ୟ ପ୍ରତିଶତ ୭୫ ହେବ ।

ତୁଳା – ତୁଳା ରାଶି ବ୍ୟକ୍ତିଙ୍କ ପାଇଁ କ୍ରିମ ରଙ୍ଗ ବେଶ ଶୁଭଦାୟକ । ଏହି ରଙ୍ଗ ଆପଣଙ୍କ ଅର୍ଥନୈତିକ ସ୍ଥିତିକୁ ସଜାଡିବାକୁ ସାହାର୍ଯ୍ୟ କରିବ । ଏହି ରଙ୍ଗର କିଛି ବି ଛୋଟ ସାମଗ୍ରୀ ଆପଣ ପାଖରେ ରଖନ୍ତୁ । ଆପଣଙ୍କ ଭାଗ୍ୟ ପ୍ରତିଶତ ୬୦ ହେବ ।

ବିଛା – ବିଛା ରାଶିର ବ୍ୟକ୍ତିଙ୍କ ପାଇଁ କମଳା ରଙ୍ଗ ଅତ୍ୟନ୍ତ ଶୁଭଦାୟକ । ଏହି ରଙ୍ଗର ଫଳ ଓ ପରିବା ଖାଇବା ଦ୍ୱାରା ବର୍ଷସାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଏହି ରଙ୍ଗରେ ଆପଣ ନିଜର ଘରକୁ ରଙ୍ଗ ଦେଇପାରିବେ । ଆପଣଙ୍କ ଭାଗ୍ୟ ପ୍ରତିଶତ ୮୦ ହେବ ।

ଧନୁ – ଧନୁ ରାଶି ବ୍ୟକ୍ତିଙ୍କ ପାଇଁ ହଳଦିଆ ରଙ୍ଗ ଶୁଭ ହେବ । ଏହି ରଙ୍ଗର ପର୍ସ ବା ବସ୍ତ୍ର ପିନ୍ଧିବା ଦ୍ୱାରା ଆପଣଙ୍କୁ ଶୁଭ ଖବର ମିଳିବ । ଚାହିଁଲେ ଆପଣ ଏହି ରଙ୍ଗର ବସ୍ତ୍ର ଦାନ ଦେଇପାରିବେ । ଏହି ରଙ୍ଗ ଆପଣଙ୍କୁ ଚାକିରି ଓ ବ୍ୟବସାୟରେ ସଫଳତା ଆଣିଦେବ । ଆପଣଙ୍କ ଭାଗ୍ୟ ପ୍ରତିଶତ ୭୫ ହେବ ।

ମକର – ମକର ରାଶି ବ୍ୟକ୍ତିଙ୍କ ପାଇଁ ସବୁଜ ରଙ୍ଗ ଶୁଭ ହେବ । ଘରେ ସବୁଜ ରଙ୍ଗର ସାମଗ୍ରୀ ରଖିବା ଦ୍ୱାରା ସର୍ବଦା ସୁଖ-ଶାନ୍ତିର ମାହଲ ରହିବ । ଆପଣଙ୍କ ଭାଗ୍ୟ ପ୍ରତିଶତ ୬୫ ହେବ ।

କୁମ୍ଭ -କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ନୀଳ ରଙ୍ଗ ଶୁଭ । ଏହି ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ମନ ଶାନ୍ତ ରହିବା ସହ ମାନସିକ ଅବସାଦ ଦୂର ହେବ । ଆପଣଙ୍କ ଭାଗ୍ୟ ପ୍ରତିଶତ ୭୦ ହେବ ।

ମୀନ – ମୀନ ରାଶି ବ୍ୟକ୍ତିଙ୍କ ପାଇଁ ସୁନା ରଙ୍ଗ ଶୁଭ ହେବ । ୨୦୨୦ରେ ହାତ ବା ବେକରେ କିଛି ସୁନାର ଅଳଙ୍କାର ପିନ୍ଧିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣଙ୍କ ଭାଗ୍ୟ ପ୍ରତିଶତ ୭୫ ହେବ ।

Get real time updates directly on you device, subscribe now.