fbpx

ସାରଥି ବାବାଙ୍କ ଜମିରେ ଇଡ଼ିର ନୋଟିସ୍

କେନ୍ଦ୍ରାପଡ଼ା, ୧୩ା୧୨: କେନ୍ଦ୍ରାପଡ଼ାରେ ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କ ଜମିରେ ଆଜି ଇଡ଼ି ପକ୍ଷରୁ ନୋଟିସ ମରାଯାଇଥିବା ସୂଚନା ମିଳିଛି । ଗରାପୁର ମୌଜାର ତିନିଟି ପ୍ଲଟରେ ନୋଟିସ ଲାଗିିଥିବା ଜଣାପଡ଼ିଛି । ଜାଗା ଚିହ୍ନଟ କରି ନୋଟିସ୍ ମାରିଛନ୍ତି ଇଡ଼ିର ୪ଜଣିଆ ଟିମ୍ । ପୂର୍ବରୁ ୨୬ଟି ପ୍ଲଟରେ ନୋଟିସ୍ ମାରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ସର୍ତ୍ତମୂଳକ ଜାମିନରେ ଆସିବା ପରେ ଅଜ୍ଞାତବାସରେ ସାରଥୀ ଅଛନ୍ତି । ଗତ ଜୁଲାଇ ମାସ ୨୫ତାରିଖ ଦିନ ତାଙ୍କୁ ହାଇକୋର୍ଟରୁ ବେଲ୍ ମିଳିବା ପରେ  ସେ ଦିନ ଜେଲରୁ ମୁକୁଳିଥିଲେ । ସେ ଚୌଦ୍ୱାର ଜେଲରେ ୪ବର୍ଷ  କାଟିବା ପରେ ସର୍ତ୍ତମୂଳକ ଜାମିନ ପାଇବା ପରେ ବାହାରିଥିଲେ ।

Get real time updates directly on you device, subscribe now.