fbpx
BJD SKY
BJD SKY

ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି: ପ୍ରକାଶ ପାଇଲା ବିଜ୍ଞପ୍ତି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କିଛିଦିନ ତଳେ ରାଜ୍ୟ ସରକାରଙ୍କ ତରଫରୁ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଓ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ସ୍ତରରେ ପରିବର୍ତ୍ତନ କରାଯାଇଥିଲା । କିଛି ନୂଆ ସ୍ଥାନରେ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏହା ମଧ୍ୟରେ ଗଜପତି ଜିଲ୍ଲା ପାଇଁ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି ।

ସୂଚନା ମୁତାବକ, ସ୍ମୃତିରଞ୍ଜନ ପ୍ରଧାନଙ୍କୁ ଗଜପତିର ନୂଆ ଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି । ଅପରପକ୍ଷେ ଗଜପତିର ଜିଲ୍ଲାପାଳ ଥିବା ଲିଙ୍ଗରାଜ ପଣ୍ଡାଙ୍କୁ ସାମାଜିକ କଲ୍ୟାଣ ଓ ଶିଶୁ ବିକାଶ ବିଭାଗର ଡାଇରେକ୍ଟର ଭାବେ ଟ୍ରାନ୍ସଫର କରାଯାଇଛି । ଏହି ଅଧିକାରୀଙ୍କୁ ନୂଆ ନିଯୁକ୍ତି ନେଇ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାସରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଥିଲେ । ୫ଟି ଜିଲ୍ଲାର ଏସପି ନୂଆ ସ୍ଥାନରେ ଦାୟିତ୍ୱ ନେବା ସହିତ ମୋଟ ୧୮ ଜଣ ଅଧିକାରୀଙ୍କୁ ଟ୍ରାନ୍ସଫର କରାଯାଇଥିଲା । ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲା ଏସପି ଓ ବି. ଗଙ୍ଗାଧରଙ୍କୁ ମୟୂରଭଞ୍ଜ ଏସପି ଭାବେ ଅବସ୍ଥାପିତ କରାଯାଇଥିଲା । ସେହିପରି ମୁକେଶ କୁମାର ଭାମୁଙ୍କୁ ସମ୍ବଲପୁର ଏସପି, କୁସଲକର ନୀତିନ ଦାଗଡ଼ୁଙ୍କୁ କେଉଁଝର ଏସପି, ଖିଲାରୀ ଋଷିକେଶ ଡ୍ୟାନ୍ଦେଓଙ୍କୁ ବଲାଙ୍ଗିର ଏସପି, ସି.ଏସ ମିନାଙ୍କୁ କୋରାପୁଟ ଡିଆଇଜିପି, ଏ. ସିଂହଙ୍କୁ ଡିଆଇଜିପି ଏସଆଇଡବ୍ଲ୍ୟୁ, ରାଜେଶ ପଣ୍ଡିତଙ୍କୁ ଡିଆଇଜିପି ଏଫଏସ ଓ ଏଚଜି, ଆଶିଷ ସିଂହଙ୍କୁ ଆଇଜିପି କଟକ ଓ ଆଇଜିପି ଏସଏଫଏସଏଲ ଭାବେ ଅବସ୍ଥାପିତ କରାଯାଇଥିଲା ।

Get real time updates directly on you device, subscribe now.