fbpx

ଛଟେଇ ପରେ ଛଟେଇ: News Corpରୁ ବିଦାହେବେ ବହୁ କର୍ମଚାରୀ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଘୋର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଏହି କାରଣରୁ ଗୁଗଲ, ଫେସବୁକ, ଆମାଜନ, ମାଇକ୍ରୋସଫ୍ଟ ପରି ବିଶ୍ୱର ଅନେକ ବଡ଼ ବଡ଼ ଟେକ କମ୍ପାନୀମାନେ ସେମାନଙ୍କର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରୁଛନ୍ତି । ତେବେ ଏହି କ୍ରମରେ ସାମିଲ ହୋଇଛି ଆଉ ଏକ ବଡ଼ କମ୍ପାନୀ । ନ୍ୟୁଜ କର୍ପ ପାଖାପାଖି ୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଜଣାପଡ଼ିଛି ।

ତେବେ ସୂଚନା ମୁତାବକ, ନ୍ୟୁଜ୍ କର୍ପ କମ୍ପାନୀ ୧୨୫୦ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବ । ପ୍ରଫିଟ ଓ ରେଭିନ୍ୟୁରେ ହ୍ରାସ ଅନୁମାନ ପରେ କମ୍ପାନୀ ଏହି ନିଷ୍ପତ୍ତି ଗ୍ରହଣ କରିଛି । ଫାକ୍ସ କର୍ପ ସହିତ ବିଲୟ ହେବା ଯୋଜନାରେ କମ୍ପାନୀ ୬ ମିଲିୟନ ଅର୍ଥ ଖର୍ଚ୍ଚ କରିଥିଲା । ଗତ ମାସରେ ନ୍ୟୁଜ କର୍ପର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଫାକ୍ସର ସହ ଅଧ୍ୟକ୍ଷ ଏହି ଯୋଜନାକୁ ବାତିଲ କରିଦେଇଥିଲେ ।

ଜଣାପଡ଼ିଛି ଯେ, ମହଙ୍ଗା ବୃଦ୍ଧି କାରଣରୁ କମ୍ପାନୀର ବିଜ୍ଞାପନ ଖର୍ଚ୍ଚରେ ଅଚାନକ ହ୍ରାସ ଘଟିଥିଲା । ଉଚ୍ଚ ସୁଧହାର ନ୍ୟୁଜ କର୍ପ ପରି ଅନେକ କମ୍ପାନୀର ରାଜସ୍ୱକୁ ହ୍ରାସ କରିଥିଲା । ସୁଧ ହାର ବୃଦ୍ଧି ଓ ମହଙ୍ଗା ସମସ୍ତ ବିଜିନେସକୁ ପ୍ରଭାବିତ କରିଛି । କମ୍ପାନୀର ଶେୟାର ପାଖାପାଖି ୩ ପ୍ରତିଶତ ତଳେ ରହିଥିଲା । ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି, ତା’ ମଧ୍ୟରେ ଛଟେଇ ସାମିଲ ରହିଛି । କର୍ମଚାରୀଙ୍କୁ ଚାକିରିରୁ ଛଟେଇ କାରଣରୁ କମ୍ପାନୀର ବର୍ଷକୁ ଅତିକମରେ ୧୩୦ ମିଲିୟନ ଡଲାର ଅର୍ଥ ସଞ୍ଚୟ ହୋଇପାରିବ ବୋଲି ସିଇଓ କହିଛନ୍ତି ।

Get real time updates directly on you device, subscribe now.