fbpx

ନୂଆ ଭାରିଆଣ୍ଟ୍ ସହିତ ମୁକାବିଲା ପାଇଁ ଦରକାର ନୂତନ କୋଭିଡ୍ ଭାକସିନ୍: WHO

ଜିନେଭା: ଗୋଟେ ପଟେ ଝଇଜଝ-ଉକ୍ଟଠ-୨ ସଂକ୍ରମଣରେ ମାମଲା ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଅନ୍ୟପଟେ କରୋନା ଭାଇରସ୍ ର ନୂଆ ଭାରିଆଣ୍ଟ୍ ବ୍ୟାପିବାରେ ଲାଗିଛି । ଏହି ସମୟରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଯେଉଁଥିରେ ମହାମାରୀକୁ ଦୁଇବର୍ଷ ପୂରିବା ପରେ ନୂତନ ଭାକସିନ୍ ତିଆରି କରିବା ନେଇ ଆହ୍ୱାନ ଦିଆଯାଇଛି । କାରଣ ବର୍ତ୍ତମାନ ଯେଉଁ ଭାକସିନ୍ ଲୋକମାନଙ୍କୁ ଦିଆଯାଉଛି । ତାହା ଦିନକୁ ଦିନ ନୂଆ ନୂଆ ଭାରିଆଣ୍ଟ ସହିତ ମୁକାବିଲା କରିବା କ୍ଷେତ୍ରରେ ବିଫଳ ହେଉଥିବା ଦେଖିବାକୁ ମିଳୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ବର୍ତ୍ତମାନ ନୂତନ ଭାରିଆଣ୍ଟ୍ ସବୁକୁ ଆଖି ଆଗରେ ରଖି ଏପରି ଏକ ଭାକସିନ୍ ର ଆବଶ୍ୟକତା ରହିଛି ଯାହା ଗମ୍ଭୀର ରୋଗ, ମୃତ୍ୟୁହାରକୁ ରୋକିବା ବ୍ୟତୀତ ସଂକ୍ରମଣକୁ ମଧ୍ୟ ରୋକିବାରେ ପ୍ରଭାବୀ ସାବ୍ୟସ୍ତ ହେବ । ଏପରି ଭାକସିନ୍ ବର୍ତ୍ତମାନ ସ୍ଥିତିରେଅ ବିକଶିତ କରାଯିବା ଦରକାର । ଆହୁରି ମଧ୍ୟ କୁହାଯାଇଛି ଯେ, ପୂର୍ବରୁ ତିଆରି ହୋଇଥିବା ଟିକାର ଦୁଇଟି ଡୋଜ୍ ଦେବା ପରେ ଆଉ ଏକ ଡୋଜ୍ ବା ବୁଷ୍ଟର ଡୋଜ୍ ଦେଇ ନୂଆ ଭାରିଆଣ୍ଟ ସଂକ୍ରମଣକୁ ରୋକିବା ରଣନୀତି ଫଳପ୍ରଦ ହେବ ନାହିଁ ଏବଂ ଏହା ସଂକ୍ରମଣକୁ ରୋକିପାରିବ ନାହିଁ । ତେଣୁ ଏ ଦିଗରେ ଆଉ ନୂତନ ଟିକାର ଆବଶ୍ୟକତା ରହିଛି ।

ଡବ୍ଲୁଏଚଓ ଆଗକୁ କହିଛି ଯେ, ଏହି ଭାଇରସ୍ ଉତ୍ପତ୍ତି ପରଠାରୁ ନିଜର ବିକାଶ ଜାରି ରଖିଛି । ହୁ’ ଏବେସୁଦ୍ଧା ୫ ପ୍ରକାର ଭାରିଆଣ୍ଟକୁ ନାମିତ କରିଛି । ସେଗୁଡ଼ିକ ହେଲା, ଆଲଫା, ବିଟା, ଗାମା, ଡେଲଟା ଓ ଓମିକ୍ରନ । ସଂକ୍ରମଣ ଓ ପ୍ରଭାବୀ ଦୃଷ୍ଟିରୁ ଓମିକ୍ରନ ଏବଂ ଡେଲଟା ଆଗରେ ରହିଛି । ଓମିକ୍ରନ ଖୁବ୍ କମ୍ ଦିନରେ ୧୦୦ରୁ ଅଧିକ ଦେଶରେ ବ୍ୟାପିସାରିଲାଣି ।

Get real time updates directly on you device, subscribe now.