fbpx

ୟୁପିରେ ବଦଳିବ କି ବିଜେପିର ସତ୍ତା! ଅଖିଳେଶ ଯାଦବଙ୍କୁ ଭେଟିଲେ ଭୀମ ଆର୍ମିର ଚନ୍ଦ୍ରଶେଖର, ଗଠବନ୍ଧନକୁ ନେଇ ଚର୍ଚ୍ଚା

ଲଖନଉ: ଉତ୍ତରପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ ଆରମ୍ଭ ହେଲାଣି ରାଜନୀତି । ଉତ୍ତରପ୍ରଦେଶ ନିର୍ବାଚରେ ସମାଜବାଦୀ ପାର୍ଟି ଓ ଭୀମ ଆର୍ମି ଏହା ସାଙ୍ଗରେ ଆସିପାରନ୍ତି । ଭିମ ଆର୍ମିର ମୁଖିଆ ଚନ୍ଦ୍ରଶେଖର ଆଜାଦ୍ ଶୁକ୍ରବାର ଦିନ ସମାଜବାଦୀ ପାର୍ଟିର ଅଫିସରେ ପହଞ୍ଚି ଅଖିଳେଶ ଯାଦବଙ୍କ ସହ ସାକ୍ଷାତ କରିଛନ୍ତି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭୀମ ଆର୍ମି ଓ ସମାଜବାଦୀ ପାର୍ଟିରେ ଗଠବନ୍ଧନ ଓ ସିଟ୍ ବଣ୍ଟନକୁ ନେଇ ଗତ କିଛିଦିନ ହେବ ଆଲୋଚନା ଚାଲିଛି । ଚନ୍ଦ୍ରଶେଖର ଗୁରୁବାର ଦିନ ବି ସପା ଅଫିସକୁ ଯାଇଥିଲେ । ପାର୍ଟି ଗଠବନ୍ଧନ ସହିତ ୨୦୨୨ ନିର୍ବାଚନରେ ଯିବା ଉଚିତ୍ ବୋଲି ପୂର୍ବରୁ ଚନ୍ଦ୍ର ଶେଖର କହିଥିଲେ ।

ଅନ୍ୟପଟେ ଅଖିଳେଶ ଯାଦବ ପୂର୍ବରୁ କହିସାରିଛନ୍ତି କି, ସେ ଛୋଟ ଦଳଗୁଡ଼ିକୁ ମିଶାଇ ଯୁପିରେ ବିଜେପିକୁ ଚ୍ୟାଲେଞ୍ଚ କରିବେ । ସୁହେଲଦେବ ଭାରତୀୟ ସମାଜ ପାର୍ଟି, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ଜନବାଦୀ ପାର୍ଟି, ରାଷ୍ଟ୍ରୀୟ ଲୋକଦଳ, କମେରାବାଦୀ, ପ୍ରଗତିଶୀଳ ସମାଜବାଦୀ ପାର୍ଟି, ମହାନ ଦଳ, ଟିଏମସି ସହିତ ବି ସମାଜବାଦୀ ପାର୍ଟିର ଗଠବନ୍ଧନ ରହିଛି ।

Get real time updates directly on you device, subscribe now.