fbpx

ଢିଙ୍କିଆରେ ଗ୍ରାମବାସୀଙ୍କୁ ପୋଲିସର ଲାଠିଚାର୍ଜ; ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼, ଦେଖନ୍ତୁ ଭିଡ଼ିଓ

ପାରାଦୀପ(ଓଡ଼ିଶା ଭାସ୍କର): ପାରାଦୀପ ଢିଙ୍କିଆରେ ପୁଣି ଉତ୍ତେଜନା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କୁ ପଡ଼ିଛି ପୋଲିସର ଲାଠିମାଡ଼ । ପାନବରଜକୁ ଯିବା ବେଳେ ଗାଁ ମୁଣ୍ଡରେ ଲୋକଙ୍କୁ ଲାଠିମାଡ଼ କରିଛି ପୋଲିସ । ନିଜ ପାନବରଜକୁ ସୁରକ୍ଷା ଦେବାକୁ ଗାଁ ଲୋକେ ଯାଉଥିଲେ । ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ପ୍ରଶାସନ ପାନବରଜ ଭାଙ୍ଗୁ ଥିବା ଅଭିଯୋଗ ହୋଇଛି । ତୀବ୍ର ବିରୋଧ଼ କରିବାକୁ ଗ୍ରାମବାସୀଙ୍କୁ ଲାଠିଚାର୍ଜ କରିଛି ପୋଲିସ । ଗ୍ରାମବାସୀଙ୍କ ଅସ୍ଥାୟୀ କ୍ୟାମ୍ପକୁ ଭାଙ୍ଗିଛି ପୋଲିସ । ଏହା ବ୍ୟତୀତ ପୋଲିସର ଲାଠିମାଡ଼ରେ କିଛି ଆନ୍ଦୋଳନକାରୀ ଆହତ ହୋଇଥିବା ସୂଚନା ମିଳିଛି । ମହିଳାମାନଙ୍କୁ ମଧ୍ୟ ପୋଲିସ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.