fbpx

ପୁଣି କରୋନା ଚିନ୍ତା, ନୂଆ ତାଲିକା ପରେ ସାଧାରଣରେ ଭୟ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରଥମ ଥର ପାଇଁ ଦୈନିକ କୋଭିଡ ତଥ୍ୟରେ ନୂଆ ତାଲିକା ପ୍ରକାଶ ପାଇଛି। ୧୮ ବର୍ଷରୁ କମ୍ ବୟସର କରୋନା ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୧୩୮ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି। ତେବେ ୨୪ ଘଣ୍ଟା ମଧ୍ୟରେ ୧୩୮ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଚିହ୍ନଟ ହେବା ନେଇ ସାଧାରଣରେ ଭୟ ଖେଳି ଯାଇଛି।

ଅନ୍ୟପକ୍ଷରେ ଆଉ ୬୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୮୮୭କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.