fbpx

ଦର୍ଶନ ଦେବେ ଶ୍ରୀଜିଉ, ପୁରୀବାସୀ ଉତ୍ସାହିତ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତୀକ୍ଷାର ଅନ୍ତ ଘଟିଲା। ଦର୍ଶନ ଦେବେ ମହାବାହୁ। ସୋମବାରଠୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ପୁରୀବାସିନ୍ଦା। ଏଥିପାଇଁ ପୁରୀ ପ୍ରଶାସନ ସ୍ୱତନ୍ତ୍ର ନିୟମ କରିଛି। ୱାର୍ଡ ଅନୁସାରେ ଲୋକଙ୍କୁ ଚିରିକୁଟି ବଣ୍ଟନ କରାଯାଇଛି। ନିୟମ ମାନି ଲୋକେ ଜଗତ ଠାକୁରଙ୍କୁ ଦର୍ଶନ କରିବେ। ୨୦ ତାରିଖ ଯାଏଁ ଏଭଳି ସୁବିଧା ପାଇବେ ପୁରୀବାସୀ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସରକୁ ରବିବାର ସାନିଟାଇଜ୍ କରାଯାଇଛି । ସିଂହଦ୍ୱାର ପରିସରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଇଛି । ଦର୍ଶନ ପାଇଁ ବ୍ୟାରିକେଡ୍ ଦେଇ ସିଂହଦ୍ୱାର ପଟରୁ ଭିତରକୁ ପ୍ରବେଶ କରିବା ବ୍ୟବସ୍ଥା ହୋଇଥିବାବେଳେ ଉତ୍ତର ଦ୍ୱାର ଦେଇ ଶ୍ରଦ୍ଧାଳୁ ବାହାରିବେ। କିନ୍ତୁ ମନ୍ଦିର ଭିତରକୁ ଫୁଲ, ଭୋଗ, ତୁଳସୀ ଆଦି ନେଇପାରିବେ ନାହିଁ। ଆନନ୍ଦବଜାରରେ ମହାପ୍ରସାଦ ସେବନ ମଧ୍ୟ ବାରଣ ରହିଛି। ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ପିଲା ମନ୍ଦିର ଆସିବାକୁ ବାରଣ କରାଯାଇଛି । ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Get real time updates directly on you device, subscribe now.