fbpx
BSKY
BJD MC SKY
BJD YOUTH SKY

ମାଡ଼ି ଆସୁଛି ଆଉ ଏକ ବାତ୍ୟା, ଜାଣନ୍ତୁ କେବେ ଓ କେଉଁଠି ରଚିବ ତାଣ୍ଡବ

ନୂଆଦିଲ୍ଲୀ: ପୁଣି ଏକ ଭୟଙ୍କର ସାମୁଦ୍ରିକ ଝଡ଼ ମାଡ଼ି ଆସୁଛି । ତେବେ ଏହି ବାତ୍ୟାର ପ୍ରଭାବ ଭାରତ ଉପରେ ପଡ଼ିବ ନାହିଁ ବୋଲି କୁହାଯାଇଛି । ଆମେରିକାର ଦକ୍ଷିଣ-ପୂର୍ବ ରାଜ୍ୟ ଫ୍ଲୋରିଡାରେ ବାତ୍ୟା ‘ଏଲସା’ ତାଣ୍ଡବ ରଚିବ । ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ତିନି ତାରିଖରେ ‘ଏଲସା’ ସେଣ୍ଟ ଲୁସିଆ ଓ ଡୋମିନିକାରେ ତାଣ୍ଡବ ରଚିଥିଲା । ବାତ୍ୟାର ଭୟଙ୍କର ପ୍ରଭାବରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ମୃତକଙ୍କ ମଧ୍ୟରେ ସେଣ୍ଟ ଲୁସିଆର ଜଣେ ଓ ଡୋମିନିକାର ଦୁଇଜଣ ରହିଥିବା ଜଣାପଡ଼ିଛି । ଏହାସହ କିଛି ଘରର ଛାତ ଉଡ଼ିଯିବା ସହ ହଜାର ହଜାର ସଂଖ୍ୟାରେ ବୃକ୍ଷ ଉପୁଡ଼ି ପଡ଼ିଥିଲା । ବାର୍ବାଡୋସରେ ଶହ ଶହ ଘର ବାତ୍ୟା ପ୍ରଭାବରେ ଭୁଶୁଡ଼ି ପଡ଼ିଥିଲା । ପରବର୍ତ୍ତୀ ସମୟରେ ‘ଏଲସା’ କ୍ରମେ ଦୁର୍ବଳ ହୋଇ ଫ୍ଲୋରିଡା ଆଡ଼କୁ ମୁହାଁଇଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ବାତ୍ୟା ଭୟଙ୍କର ରୂପ ଧାରଣ କରିବା ସମୟରେ ପବନର ବେଗ ୧୦୦ କିମି ରହିଥିଲା । ତେବେ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଗତବର୍ଷରୁ ଆରମ୍ଭ ହୋଇଥିବା କୋଭିଡ୍-୧୯ରେ କ୍ୟୁବା ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ତେଣୁ କରୋନା ସଂକ୍ରମଣ ବାତ୍ୟା ପାଇଁ ଯେପରି ନ ବ୍ୟାପେ, ସେଥିପାଇଁ କ୍ୟୁବାର ୧ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ବାତ୍ୟା ଦାଉରୁ ରକ୍ଷା ପାଇବା ପାଇଁ ଫ୍ଲୋରିଡାର ସମୁଦ୍ର କୂଳ ନିକଟସ୍ଥ ସର୍ଫସାଇଡ୍ ସହରରେ ଥିବା ଏକ ୧୨ ମହଲା ବିଶିଷ୍ଟ କୋଠାକୁ ଧ୍ୱଂସ କରି ଦିଆଯାଇଛି । ଏପରି ଘଟଣା ଆମେରିକା ଇତିହାସରେ ପ୍ରଥମ ବୋଲି ଜଣାପଡ଼ିଛି । ତେବେ ଏହି ବିରାଟ କୋଠାକୁ ଧ୍ୱଂସ କରିବା ପରେ ଶତାଧିକ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି । ସେମାନେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରି ତଲାସି ଅଭିଯାନ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.