fbpx

ଆମେରିକା ସହିତ ଏହି ୧୧ ଦେଶରେ ମିଳିଛି ଭୟାନକ କୋଭିଡ୍ ଭେରିଆଣ୍ଟ, ବୈଜ୍ଞାନିକ କହିଲେ କାମ ଦେବନି ଭ୍ୟାକସିନ

Advertisement

ନୂଆଦିଲ୍ଲୀ:କୋଭିଡ୍ ମହାମାରୀ ବିଶ୍ୱରୁ ଲୋପ ପାଇଯାଇ ନାହିଁ । ଏବେ ଆଶଙ୍କା କରାଯାଉଛି କି ଭବିଷ୍ୟତରେ ଏହା ପୁଣି ଭୟାନକ ରୂପ ନେଇ ଫେରୁଛି । ଖବର ମିଳିଛି କି ଆମେରିକାରେ କୋଭିଡ୍ -୧୯ର ନୂଆ ଭେରିଆଣ୍ଟ ମିଳିଛି ଯାହାକୁ ନେଇ ବୈଜ୍ଞାନିକମାନେ ଏବେ ଚିନ୍ତିତ ହୋଇପଡିଛନ୍ତି । ଆଶଙ୍କା କରାଯାଉଛି କି ଏହି ଭେରିଆଣ୍ଟ ପୂର୍ବାପେକ୍ଷା ଅଧିକ ଭୟାନକ ହୋଇପାରେ । ଏହାମଧ୍ୟ କୁହାଯାଉଛି କି ଏହା ନିକଟରେ ଭ୍ୟାକସିନ୍ ବି ପ୍ରଭାବହୀନ ହୋଇଯିବ ।
କରୋନା ଭାଇରସର ଏହି ନୂଆ ଭେରିଆଣ୍ଟ JN. 1 ର ଚିହ୍ନଟ ସେପ୍ଟେମ୍ବରରେ ହୋଇଥିଲା । ଏବେ ଆମେରିକା ସହିତ ୧୧ ଦେଶରେ ଏହାର ଉପସ୍ଥିତି ଅନୁଭୂତ ହୋଇଛି । ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍ (ସିଡିସି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ନୂଆ ଭେରିଆଣ୍ଟକୁ BA.2.86 ବା ପିରୌଲାର ବଂଶ ବି କୁହାଯାଉଛି ।

ଏହି ପିରୌଲା କରୋନା ଭାଇରସ୍ ଓମିକ୍ରନ ଷ୍ଟ୍ରେନର ଏକ ଭେରିଆଣ୍ଟ । ୨୦୨୧ରେ ଏ ବିଷୟରେ ପ୍ରଥମେ ସୂଚନା ମିଳିଥିଲା । ଆମେରିକା, ବ୍ରିଟେନ, ଚୀନ୍ ଓ ୟୁରୋପର ବହୁ ଦେଶରେ ଲୋକଙ୍କ ଠାରେ ଏହି ଭାଇରସ ଦେଖିବାକୁ ମିଳିଥିଲା । ତେବେ ଏହି ଦୁଇ ଭାଇରସ୍ ମଧ୍ୟରେ କେବଳ ସ୍ପାଇକ୍ ପ୍ରୋଟିନର ଫରକ ରହିଛି ଯାହା କୌଣସି ବି ବ୍ୟକ୍ତିକୁ ସଂକ୍ରମିତ କରିବାରେ ମୁଖ୍ୟ ଭୂମିକା ନିଭାଇଥାଏ ।

ଏହି ଭାଇରସରେ ସଂକ୍ରମିତ ହେବା ପରେ ରୋଗୀ ଠାରେ ଜ୍ୱର, ଥଣ୍ଡା, କାଶ, ନିଃଶ୍ୱାସ ନେବାରେ ସମସ୍ୟା, କ୍ଲାନ୍ତି, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ସ୍ୱାଦ ବାରି ନ ପାରିବା, ଗନ୍ଧ ନ ହେବା, ବାନ୍ତି ଓ ଝାଡା ହେବା ପରି ଲକ୍ଷଣ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.