ଡେବିଟ୍ କାର୍ଡ-କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି ନିୟମ ଆଣିଲା ଆରବିଆଇ, ଜାଣନ୍ତୁ ଗ୍ରାହକଙ୍କୁ କିପରି ଦେବ ଫାଇଦା

ନୂଆଦିଲ୍ଲୀ: ଏକ ବଡ଼ ନିଷ୍ପତି ସହିତ ଗ୍ରାହକ ମାନଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗ୍ରାହକମାନଙ୍କୁ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡ ନେବା ସମୟରେ ସେମାନଙ୍କର ପସନ୍ଦିତ କାର୍ଡ ନେଟୱାର୍କ ବାଛିବା ପାଇଁ ଏକସୁଯୋଗ ଦେଇଛି । ଏହି ନିୟମ ବର୍ତ୍ତମାନର ନିୟମରେ ପରିବର୍ତ୍ତନ ଆଣିବ ଯେଉଁଠାରେ କାର୍ଡ ନେଟୱାର୍କ ବିକଳ୍ପଗୁଡିକ ପ୍ରଦାନକାରୀ ଏବଂ ନେଟୱର୍କ ମଧ୍ୟରେ ଚୁକ୍ତିନାମା ଦ୍ୱାରା ପୂର୍ବ ନିର୍ଦ୍ଧାରିତ ହୋଇଥାଏ ।
ବର୍ତ୍ତମାନ ଯେପରି ଲୋକମାନେ ସେମାନଙ୍କର ମୋବାଇଲ ନମ୍ବର ନବଦଳାଇ ଅନ୍ୟ ଅପରେଟରକୁ ସ୍ଥଅନାନ୍ତର ହେଉଛନ୍ତି, ଠିକ୍ ସେହିଭଳି ଡେବିଟ୍ କାର୍ଡ ଏବଂ କ୍ରେଡିର୍ଟ ପୋର୍ଟେବିଲିଟି ସମ୍ଭବ ହେବ । ଆରବିଆଇ ଏକ ସର୍କୁଲାର ଜାରି କରି ଏହି ପ୍ରସ୍ତାବ ଦେଇଛି । ଏଥିପାଇଁ ଆରବିଆଇ ଏହି ଡ୍ରାଫ୍ଟ ଉପରେ ଲୋକମାନଙ୍କର ମତାମତ ଲୋଡିଛି । ଲୋକମାନେ ୪ ଅଗଷ୍ଟ ୨୦୨୩ ସୁଦ୍ଧା ସେମାନଙ୍କର ମତାମତ ଦେଇପାରିବେ ।
ଏହା ସହିତ ଆରବିଆଇ କହିଛି ଯେ, ବିତ୍ତୀୟ ଅନୁଷ୍ଠାନମାନେ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଏବଂ ପ୍ରି-ପେଡ୍ କାର୍ଡକୁ କୌଣସି ସ୍ୱତନ୍ତ୍ର କାର୍ଡ ନେଟ୍‌ର୍କ ପାଇଁ ଜାରି ନକରନ୍ତୁ । ଲୋକମାନଙ୍କୁ ସେମାନଙ୍କ ପସନ୍ଦର କାର୍ଡ ବାଛିବାକୁ ଦିଅନ୍ତୁ । ବର୍ତ୍ତମାନ ଭାରତରେ ୫ଟି କାର୍ଡ କମ୍ପାନୀ ରହିଛନ୍ତି । ସେଗୁଡ଼ିକ ହେଉଛି ଭିସା, ମାଷ୍ଟରକାର୍ଡ, ରୂପେ, ଆମେରିକାନ୍ ଏକ୍ସପ୍ରୋସ୍ ଏବଂ ଡାଇନର୍ସ କ୍ଲବ୍। ତେବେ ଆରବିଆଇର ଏହିନିଷ୍ପତି ପରେ ବ୍ୟାଙ୍କ ଗୁଡ଼ିକ ପରିଚାଳନା ପାଇଁ କିଛି ସମସ୍ୟା ଅନୁଭବ କରିପାରନ୍ତି । କାରଣ ଏହି ଡ୍ରାଫ୍ଟ ଲାଗୁ କରିବାକୁ ସେମାନଙ୍କ ପାଖରେ ମାତ୍ର ୯୦ ଦିନ ସମୟ ରହିଛି । ଆରବିଆଇର ଏହି ନିଷ୍ପତିରେ ସବୁଠୁ ବଡ଼ ଲାଭ ହେବ ଗ୍ରାହକମାନଙ୍କର । ଏହାଦ୍ୱାରା ଗ୍ରାହକମାନଙ୍କୁ ସେମାନଙ୍କ ପସନ୍ଦର କାର୍ଡ ଚୟନ କରିବା ପାଇଁ ସୁଯୋଗ ରହିବ ।