fbpx

ବସିଲା ବେଳେ ଗୋଡ଼ ହଲାଉଛନ୍ତି କି? ରେଷ୍ଟଲେସ୍‌ ସିଣ୍ଡ୍ରୋମର ହୋଇପାରେ ଲକ୍ଷଣ, ଜାଣନ୍ତୁ କ’ଣ କହୁଛନ୍ତି ଗବେଷକ

ଗୋଡ଼ ହଲାଇବା ଏକ ରୋଗର ଲକ୍ଷଣ ବୋଲି କହିଛନ୍ତି ମିଚିଗାନ୍‌ ୟୁନିଭର୍ସିଟିର ଗବେଷକ। ଶରୀରରେ ଆଇରନର ମାତ୍ରା କମ୍‌ ହେଲେ ଏପରି ଲକ୍ଷଣ ଦେଖାଦେଇଥାଏ। ବିଶେଷ କରି ୩୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଖରେ ଏପରି ଲକ୍ଷଣ ଦେଖାଦେଇଥାଏ। ଏହା ରେଷ୍ଟଲେସ୍‌ ସିଣ୍ଡ୍ରୋମର ଲକ୍ଷଣ ହୋଇଥାଇ ପାରେ ବୋଲି ଗବେଷକମାନେ କହିଛନ୍ତି। ଏହା ନର୍ଭସ୍‌ ସିଷ୍ଟମ ସହ ଯୋଡି ହୋଇଥାଏ।

ଗୋଡ଼ ହଲାଇବା ଦ୍ୱାରା ଡୋପାମାଇନ୍‌ ହର୍ମୋନ୍‌ ନିର୍ଗତ ହୋଇଥାଏ। ଯାହାକି ବାରମ୍ବାର ଗୋଡ଼ ହଲାଇବାକୁ ଇଚ୍ଛା ପ୍ରକାଶ କରାଏ। ସ୍ଲିପ ଡିସଅର୍ଡର ହେଲେ ଜଣେ ବ୍ୟକ୍ତି ଗୋଡ଼ ହଲାଇଥାଏ ବୋଲି ଗବେଷଣାରୁ ଜଣାପଡିଛି। ଠିକ୍‌ ଭାବେ ନିଦ ନ ହେଲେ ଜଣେ ବ୍ୟକ୍ତି ବାରମ୍ବାର ଗୋଡ ହଲାଇବାକୁ ଭଲ ପାଆନ୍ତି। ତେବେ ଏହା ଜାଣିବା ପାଇଁ ବ୍ଲଡ ଟେଷ୍ଟ କରାଯାଇଥାଏ।

ଶରୀରରେ ଆଇରନର ମାତ୍ରା କମ୍‌ହେଲେ, କିଡନୀ ସମସ୍ୟା ଦେଖାଦେଲେ ପାର୍କିନସନ୍‌ ରୋଗୀ, ଗର୍ଭବତୀ ମହିଳାଙ୍କ ହରମୋନରେ ପରିବର୍ତ୍ତନ ହେଲେ, ହୃଦରୋଗୀ, ମଧୁମେହ, ବ୍ଲଡ ପ୍ରେସର ଥିଲେ ଗୋଡ଼ ହଲାଇବା ଭଳି ଲକ୍ଷଣ ଦେଖାଦେଇଥାଏ।

ଏଥିପାଇଁ ଆଇରନ୍‌ ଯୁକ୍ତ ଖାଦ୍ୟ ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଭଲ। ଏହାସହ ନିୟମିତ ବ୍ୟାୟମ କରିବା, ଭାଇବ୍ରେଟ୍‌ ପ୍ୟାଡ ଉପରେ ଗୋଡ଼ ରଖିବା କଦଳୀ, ସୋରିଷ ଶାଗ, ପାଳଙ୍ଗ ଆଦି ଖାଦ୍ୟରେ ସାମିଲ କଲେ ନିଦ ଭଲ ହେବା ସହ ଏହି ରୋଗରୁ ଉପଶମ ମିଳିଥାଏ। ତେବେ ଏହି ସିଣ୍ଡ୍ରୋମକୁ ଭଲ କରିବା ପାଇଁ ଫିଜିଓଥେରାପି ଚିକିତ୍ସା ନିଆଯାଇପାରେ। ଏହା ବ୍ୟତୀତ, ଏହି ସିଣ୍ଡ୍ରୋମକୁ ମସଲ ଷ୍ଟ୍ରେଚିଙ୍ଗ କରି ମଧ୍ୟ ଠିକ୍ କରାଯାଇ ପରିବ।

Get real time updates directly on you device, subscribe now.